Odisha Link
Bridging the Missing Links in Odisha

ବାତ୍ୟା ‘ମାଣ୍ଡୋସ’ର ତାଣ୍ଡବ

ବାତ୍ୟା ପ୍ରଭାବରେ ଘଂଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ପବନ ହୋଇଥିବାବେଳେ କିଛି ଘଂଟା ମଧ୍ୟରେ ୬୫ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି।

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ବାତ୍ୟା ମାଣ୍ଡୋସ। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ମାଣ୍ଡୋସ ବିଳମ୍ବିତ ରାତିରେ ଚେନ୍ନାଇ ନିକଟ ମାଲାପୁରମନିକଟରେ ଲାଣ୍ଡଫଲ କରିଛି। ବାତ୍ୟା ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଭାରତୀୟ ପାଣିପାଗ ସୂଚନା ଅନୁସାରେ ବାତ୍ୟା ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ତାମିଲନାଡୁରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମାଣ୍ଡୋସ।

ବାତ୍ୟା ପ୍ରଭାବରେ ଘଂଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ପବନ ହୋଇଥିବାବେଳେ କିଛି ଘଂଟା ମଧ୍ୟରେ ୬୫ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି। ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିିତି ଦେଖାଦେଇଥିବାବେଳେ ସାମୁଦ୍ରିକ ଝଡ ମାଣ୍ଡୋସ ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ଜୋରରେ ପବନ ବୋହୁଛି। ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ ବିଭିନ୍ନ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରାଯାଇଛି।

Leave A Reply

Your email address will not be published.