Odisha Link
Bridging the Missing Links in Odisha

ନେମାଳ ଡ଼କାୟତିରେ ବଡ ଖୁଲାସା, ନାତି କରିଛି ବୃଦ୍ଧଙ୍କ ହତ୍ୟା

ନାତି ଓଁକାର କେବଳ ଟଙ୍କା, ସୁନା ପାଇଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି

ଓଏଲ୍ ବ୍ୟୁରୋ : ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସତ। ମୃତ ହୃଷିକେଶ ମୁଦୁଲିଙ୍କ ସମ୍ପର୍କୀୟ ନାତି ତାଙ୍କ ମୃତ୍ୟୁର କାରଣ। ସମ୍ପର୍କୀୟ ନାତି ହେଉଛନ୍ତି ଓମ ପ୍ରକାଶ ମୁଦୁଲି ଯିଏକି ଡକାୟତି ସମୟରେ ତାଙ୍କୁ ଡକାୟତ ମାନେ ଗୋଟେ ଘରେ ବନ୍ଦ କରିଦେଇଥିବା ପୁଲିସକୁ ବୟାନ ଦେଇଥିଲେ।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ବୟାନ ଦେଇଥିବା ସମ୍ପର୍କୀୟ ନାତି ଓମ ହିଁ ହତ୍ୟାକାରୀ ବୋଲି ସାମ୍ନାକୁ ଆସିଛି। ପୁଲିସ ଅଭିଯୁକ୍ତ ଓଁକାରକୁ ଗିରଫ କରିବା ସହ ଲୁଟ ହୋଇଥିବା ସୁନା ଓ ଟଙ୍କା ଜବତ କରିଛି। ଘଟଣା ଘଟିଥିଲା ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ, ଯାହାକୁ ନିଜର ଭାବି ଘରେ ରଖିଥିଲେ ସେ ହିଁ ସାମାନ୍ୟ ସୁନା, ଟଙ୍କା ପାଇଁ ଜେଜେବାପା, ଜେଜେମା’ଙ୍କୁ ମାରିବାକୁ ଯୋଜନା କରିଥିଲା।
ଆକ୍ରମଣରେ ଜେଜେ ଆଖି ବୁଜି ସାରିଥିବାବେଳେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜେଜେ ମା’। ପରେ ପୁଲିସ ଖବର ପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ସମ୍ପର୍କୀୟ ନାତିକୁ ପଚରାଉଚରା କରିବା ସମୟରେ ଟଙ୍କା, ସୁନା ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିବା ୪ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ପ୍ରଥମେ ତାଙ୍କ ସମ୍ପର୍କୀୟ ନାତି ଓଁକାର କହିଥିଲା। ଅନେକ ସମୟ ଜେରା ପରେ ନାତି ଓଁକାର କେବଳ ଟଙ୍କା, ସୁନା ପାଇଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି।

Leave A Reply

Your email address will not be published.