Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ହାଇକୋର୍ଟ ଦେଲେ ଅନ୍ତରୀଣ ଜାମିନ

ଅଭିଯୁକ୍ତ ସରୋଜ ସେଠୀଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ

ଓଏଲ୍ ବ୍ୟୁରୋ : ହାଇକୋର୍ଟରୁ ମିଳିଲା ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ। ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ଜାମିନ୍‌ରେ ଯିବା ପୂର୍ବରୁ କେଉଁ ସବୁ ସର୍ତ୍ତ ରହିବ, ତାହା ତଳକୋର୍ଟ ସ୍ଥିର କରିବେ ବୋଲି ହାଇକୋର୍ଟର ନିର୍ଦ୍ଦେଶ।

ପୂର୍ବରୁ ନୟାଗଡ଼ ଯଦୁପୁର ଅଞ୍ଚଳର ୫ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଘଟଣାଟି ପୁରା ରାଜ୍ୟରେ ଚହଳ ପକାଇଥିଲା। ନୟାଗଡ଼ର ଏହି ୫ବର୍ଷୀୟ ଝିଅ ପରୀ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଏବଂ ଏହାର ୧୦ ଦିନ ପରେ ମୃତଦେହ ମିଳିଥିଲା।

ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ଗଠନ କରାଯିବାପରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା। ପୋକ୍ସୋ କୋର୍ଟ ଗିରଫ ସରୋଜଙ୍କୁ ନାବାଳକ ଦର୍ଶାଇବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀ ସେଠାରେ ଥିବାବେଳେ ଏବେ ଅଭିଯୁକ୍ତକୁ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଛି ହାଇକୋର୍ଟ।

Leave A Reply

Your email address will not be published.