Odisha Link
Bridging the Missing Links in Odisha

ପ୍ରଫେସର ସଂଘମିତ୍ରା ମିଶ୍ରଙ୍କ “ନାଟକର ବିଶ୍ବରୂପ” ଉନ୍ମୋଚିତ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ସଦସ୍ୟା, ବିଶିଷ୍ଟ ସାହିତ୍ୟିକା ତଥା ତାଳପଦେଶ୍ବରୀ ସାହିତ୍ଯ ଆସରର ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ନୂତନ ପୁସ୍ତକ ” ନାଟକର ବିଶ୍ବରୂପ ” ଆସରର ସ୍ବାଗତ ଆସର ଅବସରରେ ଉନ୍ମୋଚିତ ହୋଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୃଜନ ଶକ୍ତିର ବିକାଶ ଦିଗରେ ଦୀର୍ଘ ୨୬ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ତାଳପଦେଶ୍ବରୀ ସାହିତ୍ଯ ଆସର ତରଫରୁ ଆଜି ମାଆ ତାଳପଦେଶ୍ବରୀଙ୍କ ମନ୍ଦିରରେ ବାଣୀବିହାରରେ ସଦ୍ୟ ନାମ ଲେଖାଇଥିବା ପଞ୍ଚମ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା।

ଏହି ଅବସରରେ ଆସରର ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ପୁସ୍ତକ ” ନାଟକର ବିଶ୍ବରୂପ ” କୁ ମୁଖ୍ଯ ଅତିଥି ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ। ପ୍ରଫେସର ମିଶ୍ର ବାଣୀବିହାରର ଛାତ୍ରୀ ହୋଇଥିବା ବେଳେ ସେ ବାଣୀବିହାର ସ୍ନାତକୋତ୍ତର ଓଡି଼ଆ ବିଭାଗରେ ପ୍ରଫେସର ଓ ବିଭାଗ ମୁଖ୍ଯ ଭାବେ କାର୍ଯ୍ୟ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓଡି଼ଆ ବିଭାଗ ମୁଖ୍ଯା ଡକ୍ଟର ସଂଘମିତ୍ରା ଭଞ୍ଜ ପୁସ୍ତକ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗା ଶଙ୍କର ପଟ୍ଟନାୟକ ପ୍ରମୁଖ ଅତିଥି ଏବଂ ଓଡି଼ଆ ବିଭାଗ ମୁଖ୍ଯ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ଡକ୍ଟର ଆନପା ମାର୍ଣ୍ଡି, ଡକ୍ଟର ବିରାଜ ମୋହନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନା କରିଥିଲେ । ଆସରର ସଭାପତି ଅମୂଲ୍ଯ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆସରର ନୂତନ କର୍ମକର୍ତ୍ତାମାନେ ଦାୟିତ୍ଵ ଗ୍ରହଣ କରିବା ପରେ ବିଦାୟୀ ସମ୍ପାଦକ ସୁଧାଂଶୁ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.