Odisha Link
Bridging the Missing Links in Odisha

ଦ୍ଵିତୀୟଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍‌

ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଓଏଲ୍ ବ୍ୟୁରୋ : ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଭୂପେନ୍ଦ୍ରଭାଇ ପଟେଲ ଶପଥ ନେଇଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ନେଇଥିବାବେଳେ ଶପଥଗ୍ରହଣ ସମାରୋହ ଗାନ୍ଧୀନଗର ସଚିବାଳୟ ନିକଟରେ ଥିବା ହେଲିପ୍ୟାଡରେ ଅନୁଷ୍ଠିତ ହୋଇଛି।

ସୂଚନା ମୁତାବକ ବିଜେପି ଗୁଜରାଟରେ ଚଳିତ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ସହ ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୬ ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୧୭ ଟି ବିଧାନସଭା ଆସନ ମିଳିଥିବା ବେଳେ ଆମ୍ ଆଦମୀ ପାର୍ଟି ୫ ଟି ଆସନରେ ବିଜୟୀ ହୋଇଥିଲା। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ଶପଥ ନେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ସହ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.