Odisha Link
Bridging the Missing Links in Odisha

ବିସ୍ଫୋରକ ସାଜିଲା ସ୍ମାର୍ଟ ଫୋନ 

ମୋବାଇଲ ଫାଟିବାରୁ ଗେମ ଖେଳୁଥିବା ନାବାଳକ ପେଟ ଓ ମୁହଁ ସହ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି।

ଓଏଲ୍ ବ୍ୟୁରୋ : ଗେମ ଖେଳୁ ଖେଳୁ ଫାଟିଲା ମୋବାଇଲ। ବିସ୍ଫୋରଣ ମୋବାଇଲ ଦ୍ୱାରା ୧୩ବର୍ଷର ନାବାଳକ ଆହତ। ଘଟଣାଟି ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମଥୁରା ଅଂଚଳରୁ ଏବଂ ମୋବାଇଲ ଫାଟିବାରୁ ଗେମ ଖେଳୁଥିବା ନାବାଳକ ପେଟ ଓ ମୁହଁ ସହ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି।

ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ, ଘରେ ବସି ମୋବାଇଲରେ ଗେମ ଖେଳୁଥିଲେ ନାବାଳକ ଜଣକ ଏବଂ ସେ ଘରୁ ବିସ୍ଫୋରଣ ଶବ୍ଦ ଘର ଲୋକଙ୍କୁ ଶୁଣାଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ପରିବାର ଲୋକେ ନାବାଳକ ଖେଳୁଥିବା ଘରେ ପହଂଚି ଦେଖିଲେ ଯେ ସେ ରକ୍ତାକ୍ତ ଅବସ୍ଥାରେ ଖଟ ଉପରେ ପଡ଼ିଥିଲେ।

ନାବାଳକ ଖେଳୁଥିବା ଫୋନଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା। ଆହତ ନାବାଳକକୁ ଚିକିତ୍ସାଳୟ ନେଇଥିଲେ ପରିବାର ଲୋକେ। ପୂର୍ବରୁ ଅନେକ ଥର ସ୍ମାର୍ଟ ଫୋନକୁ ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଥିବାବେଳେ ସ୍ମାର୍ଟଫୋନକୁ ନେଇ ପିଲାମାନଙ୍କ କ୍ଷତି ହେଉଥିବାରୁ ଏହାର କମ ବ୍ୟବହାର କରାଯିବା ଉଚିତ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମତ ରଖିଛନ୍ତି।

Leave A Reply

Your email address will not be published.