Odisha Link
Bridging the Missing Links in Odisha

ରାଜ୍ୟରେ ୨୦୨୪ ପୂର୍ବରୁ ଆଗୁଆ ହେବ କି ନିର୍ବାଚନ ?

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ସରିଛି ସତ ହେଲେ ରାଜ୍ୟ ରାଜନୀତିର ଉଷ୍ମତା ଏବେ ବି ସତେଜ ରହିଛି । କାରଣ ଏବେ ରାଜ୍ୟ ରାଜନୀତିରେ ଏକ ନୂଆ ପ୍ରସଙ୍ଗକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା। ରାଜ୍ୟରେ ଆଗୁଆ ନିର୍ବାଚନ ହେବ କି ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି-ବିଜେପି। ବିଜେଡି ନୁହେଁ ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଥିବା କହିଲେ ବିଜେଡି ବିଧାୟକ ସୁଶାନ୍ତ ସିଂହ।

ବଜେଡି ନେତା ସୁଶାନ୍ତ ସିଂ କହିଛନ୍ତି, ହିମାଚଳ ପ୍ରଦେଶରେ ହାରିବା ପରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆଗୁଆ ନିର୍ବାଚନ ପାଇଁ ବିଜେପି ଯୋଜନା କରୁଛି। ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତେବେ ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ। ଜନସାଧାରଣ ବିଜେଡିକୁ ୫ବର୍ଷ ପାଇଁ ଭୋଟ ଦେଇଛନ୍ତି । ତେଣୁ ଆଗୁଆ ନିର୍ବାଚନ ପାଇଁ ବିଜେଡି କିଛି ଚିନ୍ତା କରୁ ନାହିଁ । କିନ୍ତୁ ନିର୍ବାଚନ ଯେକୌଣସି ସମୟରେ ହେଲେ ବିଜେଡି ପ୍ରସ୍ତୁତ ଥିବା ସେ କହିଛନ୍ତିି।

ଅନ୍ୟପଟେ ଆଗୁଆ ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁଁ ବି ଶୁଣିଛି ରାଜ୍ୟରେ ଆଗୁଆ ନିର୍ବାଚନ ହେବ । ନବୀନ ପଟ୍ଟନାୟକ ଆଗୁଆ ନିର୍ବାଚନ କରିଦେବେ । ଯେହେତୁ ବିଜେପିର ଗ୍ରୋଥ୍ ହେଉଛି ଏବଂ ବିଜେଡି ପ୍ରତି ଲୋକଙ୍କ ସମର୍ଥନ କମିଯାଉଛି ତାକୁ ପ୍ରତିହତ କରିବାକୁ ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ଜୟ ନାରାୟଣ ମିଶ୍ର କହିଛନ୍ତି ।

ସୂଚନା ଥାଉକି, ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ୨୦୨୪ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ ବୋଲି ଶୁଣୁଛି। ନିର୍ବାଚନକୁ ବହୁତ ଦିନ ଅଛି, ବହୁତ କଥା ହେବ। ମହାନଦୀ, ବୈତରଣୀରେ ଅନେକ ପାଣି ବୋହିବ। ପଦ୍ମପୁର ଫଳାଫଳ, ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବା କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.