Odisha Link
Bridging the Missing Links in Odisha

ସହିପାରିଲେ ନାହିଁ ଯନ୍ତ୍ରଣା, ମୃତ୍ୟୁକୁ ଆପଣେଇ ନେଲେ ଯୁବତୀ

୨ ବର୍ଷ ଯନ୍ତ୍ରଣା ସହିଲା ପରେ ଅଭାବ ଓ ଯନ୍ତ୍ରଣାକୁ ସହିନପାରି ଆତ୍ମହତ୍ୟା କରିଛନ୍ତି ସିଙ୍ଗିରି ଗ୍ରାମର ମିନି ବେହେରା।

ଓଏଲ୍ ବ୍ୟୁରୋ : ଦିନେ ଶିକ୍ଷକତା କରି ଜୀବନ ସୁଖରେ କାଟୁଥିଲେ ହେଲେ ଅସହ୍ୟ ହେଲା ଆକ୍ରମଣ ଜନିତ ଯନ୍ତ୍ରଣା। ଜୀବନ ହାରିଲେ ଯୁବତୀ ଓ ମରିବା ପୂର୍ବରୁ ମନକଥା ଲେଖି ଚାଲିଗଲେ। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟି ଥିବାବେଳେ ଜୀବନ ହାରିଥିବା ଯୁବତୀ ଜଣକ ହେଉଛନ୍ତି ଆଳି ଥାନା ସିଙ୍ଗିରି ଗ୍ରାମର ମିନି ବେହେରା।

ପୂର୍ବରୁ ଆବର୍ଜନାକୁ ପକାଇବାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ କଳହ ହୋଇଥିଲା। କଳହ ହେବା ପରେ ଆକ୍ରମଣର ଶିକାର ହୋଇଥିଲେ ମିନି ବେହେରା। ବାପାଙ୍କ ପାଖରେ ସୀମିତ ପଇସା ଥିବାରୁ ମିନି ବେହେରାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିଲା। ୨ ବର୍ଷ ଯନ୍ତ୍ରଣା ସହିଲା ପରେ ଅଭାବ ଓ ଯନ୍ତ୍ରଣାକୁ ସହିନପାରି ଆତ୍ମହତ୍ୟା କରିଛନ୍ତି ସିଙ୍ଗିରି ଗ୍ରାମର ମିନି ବେହେରା। ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.