Odisha Link
Bridging the Missing Links in Odisha

୩.୫ ଘଣ୍ଟା ପୂର୍ବରୁ ବିମାନବନ୍ଦର ଆସିବେ ଯାତ୍ରୀ, ଇଣ୍ଡିଗୋର ପରାମର୍ଶ ପତ୍ର ଜାରି

ଘରୋଇ ବିମାନ ଉଡାଣ କ୍ଷେତ୍ରରେ ବିମାନ ଉଡ଼ାଣର ୩.୫ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନରେ ପହଂଚିବେ ବୋଲି କୁହାଯାଇଛି।

ଓଏଲ୍ ବ୍ୟୁରୋ : ବିମାନ ବନ୍ଦରରେ ଭିଡ ଓ ଶୃଙ୍ଖଳା ରକ୍ଷା ପାଇଁ ଇଣ୍ଡିଗୋର ନୂଆ ନିୟମ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଭିଡ ଓ ବିଶୃଙ୍ଖଳା ପାଇଁ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଇଣ୍ଡିଗୋ ଏୟାରଲାଇନ ତରଫରୁ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ପତ୍ର ଜାରି କରାଯାଇଥିବାବେଳେ ଘରୋଇ ବିମାନ ଉଡାଣ କ୍ଷେତ୍ରରେ ବିମାନ ଉଡ଼ାଣର ୩.୫ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନରେ ପହଂଚିବେ ବୋଲି କୁହାଯାଇଛି।

ଯାତ୍ରୀମାନେ ଯାତ୍ରା କଲାବେଳେ ଗୋଟିଏ ବ୍ୟାଗ ନେଇପାରିବେ ଏବଂ ତାହା ମଧ୍ୟ ୭କିଲୋ ଓଜନ ମଧ୍ୟରେ ସୀମିତ ରହିବା ପାଇଁ ପରାମର୍ଶ ଦେଇଛି ଇଣ୍ଡିଗୋ ଏୟାରଲାଇନ। ଇଣ୍ଡିଗୋର ଟ୍ୱିଟ ପୋଷ୍ଟ ମାଧ୍ୟମରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ବିମାନ ଉଡାଣ ପାଇଁ ଯାତ୍ରୀ ମାନଙ୍କର ଚେକ ଇନ ସମୟରେ ବିଳମ୍ବ ହେବାଦ୍ବାରା ବିମାନ ଉଡ଼ାଣରେ ବିଳମ୍ବ ହେଉଥିଲା। ତେଣୁ ଇଣ୍ଡିଗୋ ଏୟାରଲାଇନ ତରଫରୁ ବିମାନ ବନ୍ଦରରେ ଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.