Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ସାଟେଲାଇଟ ଚିତ୍ର, ଭାରତ ଓ ଚୀନ ସେନା ତୱାଙ୍ଗରେ ମୁହାଁମୁହିଁ

ତୱାଙ୍ଗ ସେକ୍ଟରରେ ଚୀନ ବସିଥିବା ଗ୍ରାମର ଫୋଟୋ ସହ ଅନ୍ୟ ପାର୍ଶ୍ୱରେ ଏକ ସଡକ ତିଆରି କରିଥିବା ସାଟେଲାଇଟରେ ଦେଖିବାକୁ ମିଳିଛି।

ଓଏଲ୍ ବ୍ୟୁରୋ : ଚୀନର ଉଦ୍ୟମକୁ ପୁଣିଥରେ ବିଫଳ କରିଛି ଭାରତୀୟ ସେନା। ଭାରତୀୟ ଓ ଚୀନ ସେନା ଗତ ଡିସେମ୍ବର ୭ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଜୋରଦାର ସଂଘର୍ଷ ହୋଇଥିବା ଜଣା ପଡିଛି। ସଂଘର୍ଷର ଖବର ଆଜି ସାମ୍ନାକୁ ଆସିଥିବାବେଳେ ଚୀନ ସେନା ପ୍ରଥମେ ଏଲଏସି ଅତିକ୍ରମ କରିବାପରେ ଭାରତୀୟ ସେନା ଏହାକୁ ତୀବ୍ର ବିରୋଧ କରିଥିଲା।

ଏହି ସଂଘର୍ଷର ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଥିବାବେଳେ ତୱାଙ୍ଗ ସେକ୍ଟରରେ ଚୀନ ବସାଇଥିବା ଗାଁର ଫଟୋ ସହ ଅନ୍ୟ ପାର୍ଶ୍ୱରେ ଏକ ସଡକ ତିଆରି କରିଥିବା ସାଟେଲାଇଟରେ ଦେଖିବାକୁ ମିଳିଛି। ଖବର ଅନୁସାରେ ଚୀନ ଓ ଭାରତ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଉଭୟ ଦଳର ସେନା ଆହତ ହୋଇଥିବାବେଳେ ଭାରତର ପାଖାପାଖି ୬ଜବାନ ଆହତ ହୋଇଛନ୍ତି। ତେବେ ଭାରତୀୟ ସେନା ଚୀନକୁ କଡା ଜବାବ ଦେଇଛି।

Leave A Reply

Your email address will not be published.