Odisha Link
Bridging the Missing Links in Odisha

ପଦ୍ମପୁର ସରିଲା, ଆରମ୍ଭ ହେଲା ୨୦୨୪ ଅଙ୍କକଷା

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ଶେଷ ହେବା ପରେ ରାଜ୍ୟର ତିନି ପ୍ରମୁଖ ଦଳ କରିଛନ୍ତି ତର୍ଜମା। ବିଜେଡି ବିଜୟୀ ହୋଇ ଆଗକୁ ଦଳ କିଭଳି ଭଲ ପ୍ରଦର୍ଶନ ରଖିବ ସେ ନେଇ ଆରମ୍ଭ କରିଛି ମାନସମନ୍ଥନ । ଅନ୍ୟପଟେ ବିଜେପି ଓ କଂଗ୍ରେସ କେଉଁ କାରଣରୁ ହାରିଲେ ଆଉ କାହିଁକି ୨୦୧୯ ନିର୍ବାଚନ ଅପେକ୍ଷା ଭୋଟ କମିଲା ସେ ନେଇ କରୁଛନ୍ତି ଆତ୍ମସମୀକ୍ଷା ।

ଏସବୁ ମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଅଙ୍କକଷା। ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ପକ୍ଷରୁ ଆରମ୍ଭ ହୋଇଛି ମାନସମନ୍ଥନ। ୨୦୨୪ ପୂର୍ବରୁ ଦଳର ସଙ୍ଗଠନକୁ କିଭଳି ଆହୁରି ମଜବୁତ କରି ହେବ ସେ ନେଇ ଆରମ୍ଭ କରିଛନ୍ତି କାର୍ଯ୍ୟ।

ଆସନ୍ତାକାଲି ବିଜୁ ଜନତା ଦଳର ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଙ୍ଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ, ସେନେଇ ଆରମ୍ଭ କରିପାରେ ରଣନୀତି । ସେହିପରି ଆସନ୍ତା ୧୭ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି, ପ୍ରଭାରୀ ଓ ପଦାଧିକାରୀ ଏବଂ କୋର୍ ଟିମ୍ ସଦସ୍ୟମାନେ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ପଦ୍ମପୁରରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା କଂଗ୍ରେସ ତା’ର ସଂଗଠନକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ରାଜ୍ୟର କଂଗ୍ରେସ ପ୍ରଭାରୀ ସଂଗଠନ ସୁଦୃଢ଼ ଓ କ୍ରିୟାଶୀଳ ପାଇଁ ମାସକୁ ୧୦ ଦିନ ସମୟ ଦେବେ । ଏହାସହ ଆସନ୍ତା ୧୮ ତାରିଖରେ କଂଗ୍ରେସ ପ୍ରଭାରୀ ଚେଲା କୁମାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଉପସ୍ଥିତିରେ ଦଳ ସମୀକ୍ଷା କରିବା ସହ ରହିବ ।

Leave A Reply

Your email address will not be published.