Odisha Link
Bridging the Missing Links in Odisha

ଟ୍ରକ ସହ ପିଟିହେଲା ବସ, ଚାଲିଗଲା ୬ ଯାତ୍ରୀଙ୍କ ଜୀବନ

ଦୁର୍ଘଟଣା ଗ୍ରସ୍ତ ବସ୍‌ଟି ଲୁଧିଆନା ଓ ରାଏବରେଲୀରୁ ୫୦ ଜଣ ଲୋକଙ୍କୁ ନେଇ ଯାଉଥିବାବେଳେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଅତିକ୍ରମ ସମୟରେ ଦୁର୍ଘଟଣା ଘଟିଥିଲା।

ଓଏଲ୍ ବ୍ୟୁରୋ : ଯାତ୍ରୀବାହୀ ବସ ଦୁର୍ଘଟଣା। ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ସହ ଟ୍ରକ୍‌ର ଧକ୍କା ହୋଇଥିବା ଖବରରୁ ଜଣା ପଡିଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଘଟଣାଟି ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଥିବାବେଳେ ଭୋର ପାଖାପାଖି ୫ଟା ସମୟରେ ଏଭଳି ଦୁର୍ଘଟଣା ହୋଇଛି।

ଦୁର୍ଘଟଣା ଗ୍ରସ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆହତ ଯାତ୍ରୀମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ଥିବାରୁ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ବଢିପାରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଦୁର୍ଘଟଣା ଗ୍ରସ୍ତ ବସ୍‌ଟି ଲୁଧିଆନା ଓ ରାଏବରେଲୀରୁ ୫୦ ଜଣ ଲୋକଙ୍କୁ ନେଇ ଯାଉଥିବାବେଳେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଅତିକ୍ରମ ସମୟରେ ଦୁର୍ଘଟଣା ଘଟିଥିଲା।। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାରକାରୀ ଟିମ ଚିକିତ୍ସାଳୟ ନେଇଥିଲା। ଘଟଣାସ୍ଥଳରେ ପୁଲିସ ପହଂଚି ଉଭୟ ବସ୍‌ ଓ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ।

Leave A Reply

Your email address will not be published.