Odisha Link
Bridging the Missing Links in Odisha

ଦିଲ୍ଲୀ ଏସିଡ୍‌ ଆକ୍ରମଣ: ୩ ଜଣଙ୍କୁ ଗିରଫ କଲା ପୋଲିସ

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାଜଧାନୀ ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ଜଣେ ୧୭ ବର୍ଷର ଯୁବତୀଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଥିଲା। ଏସିଡ୍‌ ଆକ୍ରମଣ ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ବୟାନକୁ ଆଧାର କରି ପ୍ରଥମେ ପୁଲିସ ଜଣଙ୍କୁ ଅଟକ ରଖିଥିଲା। ପରେ ସନ୍ଧ୍ୟାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।

ବର୍ତ୍ତମାନ ପୀଡିତାଙ୍କର ସଫଦରଜଙ୍ଗ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଏସିଡ୍ ଆକ୍ରମଣର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏସିଡ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ ସାମ୍ନାକୁ ଆସିଛି। କେଜ୍ରିୱାଲ କହିଛନ୍ତି, ‘ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍।

ପୀଡ଼ିତାଙ୍କ ଭଉଣୀ କହିଛନ୍ତି ଯେ, ମୁଁ ଆଉ ମୋ ଭଉଣୀ ଆଜି ସକାଳେ ସ୍କୁଲ ଯାଉଥିଲୁ। ଏହି ସମୟରେ ୨ ଜଣ ବାଇକ୍ ଚାଳକ ଆସି ତାଙ୍କ ଭଉଣୀଙ୍କ ମୁହଁକୁ ଏସିଡ୍ ଫିଙ୍ଗିଥିଲେ। ହଠାତ୍ ମୁଁ ତାଙ୍କ ଚିତ୍କାର ଶୁଣିଲି। ମୁଁ ବିବ୍ରତ ହୋଇ ବାପାଙ୍କୁ ଫୋନ୍‌ କରି ଡାକିଲି। ଏହା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେମାନେ ଆସିଥିବା ବାଇକରେ କୌଣସି ନମ୍ବର ପ୍ଲେଟ୍ ନଥିଲା।

Leave A Reply

Your email address will not be published.