Odisha Link
Bridging the Missing Links in Odisha

ବଜାରରେ ହାହାକାର, ଦିନକରେ ବୁଡ଼ିଗଲା ୩ ଲକ୍ଷ କୋଟି

ଓଏଲ୍‌ ବ୍ୟୁରୋ : ଗୁରୁବାର ଦିନ ସେୟାର ବଜାରରେ ହାହାକର ସ୍ଥିତି । ଯାହାଫଳରେ ବିଏସଇ ସେନସେକ୍ସ ୮୭୮.୮୮ ପଏଣ୍ଟ ହ୍ରାସ ହୋଇ ୬୧,୭୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୪୫.୪୦ ପଏଣ୍ଟ ତଳକୁ ଖସି ୪୮,୪୧ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ରାତିରେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧ ହାରରେ ୦.୫୦ ପ୍ରତିଶତ ବୃଦ୍ଧି କରିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି ।

ଡିସେମ୍ବର ୧୪ରେ ବଜାର ବନ୍ଦ ହେବା ବେଳକୁ ବିଏସିଇରେ ସୂଚୀବଦ୍ଧ କମ୍ପାନୀଙ୍କ ବଜାର ପୁଞ୍ଜିକରଣ ୨.୯୧ ଲକ୍ଷ କୋଟି ଟଙ୍କା ଥିଲା । ତେବେ ଗୁରୁବାର କାରବାର ଆରମ୍ଭ ହେବା ପରେ ଏହା ହ୍ରାସ ହୋଇ ୨.୮୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଫଳରେ ଦିନକରେ ବଜାରରେ ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ଆଇଟି ସେୟାରରେ ହ୍ରାସ ଓ ବଜାରର ଦୁର୍ବଳ ସ୍ଥିତି ଯୋଗୁଁ ଏପରି ଘଟିଛି ।

ସେନେସେକ୍ସରେ ଟେକ୍‌ ମହିନ୍ଦ୍ରା, ଏଚସିଏଲ ଟେକ୍ନୋଲଜିସ୍, ଟାଇଟନ୍, ଟେକ ମହିନ୍ଦ୍ରା, ଇନଫୋସିସ୍‌ ଓ ଅଲଟ୍ରାଟେକ୍‌ ସିମେଣ୍ଟ ଆଦିରେ ପଏଣ୍ଟ ହ୍ରାସ ଦେଖାଯାଇଥିଲା । କେବଳ ଏନଟିପିସି ଓ ସନ ଫାର୍ମା କମ୍ପାନୀ ଲାଭରେ ଥିଲେ । ତେବେ ବଜାର ଏବେ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଏବଂ ଇଉରୋପୀୟ କେନ୍ଦ୍ରୀୟ ବ୍ୟାଙ‌କର ନିଷ୍ପତ୍ତିକୁ ଅପେକ୍ଷା କରିଛି । ଉଭୟବ୍ୟାଙ୍କ ସେମାନଙ୍କ ନୀତିଗତ ହାର ଅଧା ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଅର୍ଥନୈତିଜ୍ଞ ମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.