Odisha Link
Bridging the Missing Links in Odisha

ମଶା ପାଇଁ ବିଜେପିର ବିକ୍ଷୋଭ

ଓଏଲ୍‌ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ମଶା ଉପଦ୍ରବ। ଯାହା ପ୍ରଭାବରେ ରାଜଧାନୀ ବାସିନ୍ଦା ଅତିଷ୍ଠ ହୋଇ ସାରିଲେଣି। ଏସବୁ ମଧ୍ୟରେ ନିଆରା ଢଙ୍ଗରେ ଭାରତୀୟ ଜନତା ପାର୍ଟି ପ୍ରତିବାଦ କରିଛି । ରାଜଧାନୀର ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି।

ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଏମସି ଅଫିସ ଘେରାଉ କରିବା ସହିତ ଅଫିସ ପରିସର ବାହାରେ ମଶାରୀ, ଧୂଆ ଲଗାଇ ପ୍ରତିବାଦ କରିଛନ୍ତି ।

ହକି ବିଶ୍ୱକପ ପାଇଁ ଭୁବନେଶ୍ୱରର କୋଠା, ରାସ୍ତା, ପାଚେରୀରେ ରଙ୍ଗ ଲଗାଯାଉଥିବା ବେଳେ ଲୋକେ ମଶାରେ ଅତିଷ୍ଠ ହୋଇଯାଇଥିବା ବିଜେପି ଅଭିଯୋଗ କରିଛି । ମଶା ଧୂଆଁ ଛଡାଯାଉନଥିବା ବେଳେ ମଶା ତେଲ ମଧ୍ୟ ପକାଯାଉନାହିଁ । ଫଳରେ ଭୁବନେଶ୍ୱରର ମଶାଙ୍କ ସଂଖ୍ୟା ବଢିବାରେ ଲାଗିଥିବା ଅଭିଯୋଗ କରିଛି ବିଜେପି ।

Leave A Reply

Your email address will not be published.