Odisha Link
Bridging the Missing Links in Odisha

ଗୋବିନ୍ଦ ସାହୁ ମୃତ୍ୟୁ ପରେ ସରଗରମ ରାଜ୍ୟ ରାଜନୀତି

ବିଜେପି ଓ କଂଗ୍ରେସ ଶାସକ ଦଳକୁ କରିଛନ୍ତି ଟାର୍ଗେଟ

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ପୁଣି ସରଗରମ ହୋଇଛି ରାଜ୍ୟ ରାଜନୀତି। ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ କରିଛନ୍ତି ଟାର୍ଗେଟ। ସାମ୍ବାଦିକ ସମ୍ମିଳନୀ କରି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୃତି ପଟ୍ଟନାୟକ କହିଛନ୍ତି, ଗୋବିନ୍ଦ ପାଖରେ ସବୁକିଛି ତଥ୍ୟ ରହିଥିଲା। ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି। ସତ ଲୁଚାଇବାକୁ ଏପରି ଏକ ବ୍ୟବସ୍ଥା ହୋଇଛି। ତାହାଛଡ଼ା ଶାସକ ଦଳର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ୍‌ ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସୃତି ପଟ୍ଟନାୟକ।

ସେହିପରି କଂଗ୍ରେସ ବିଧାୟନ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମମିତା ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଥିଲେ। ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର ମୁକ୍ତି ପାଇଁ କଥା ଦେଇଥିଲେ। ତେବେ ପରେ ହାତ ଛାଡ଼ି ଦେଇଥିଲେ। ଦିବ୍ୟଶଙ୍କର ମିଶ୍ର ତାଙ୍କର ମୁକ୍ତି ପାଇଁ ସହଯୋଗ କରିବା ପାଇଁ କଥା ଦେଇଥିଲେ। ତେବେ କୋର୍ଟରେ ମମିତାଙ୍କ ବାପା ଓ ମା ସାକ୍ଷୀ ଦେଇଥିଲେ। ମୁକ୍ତିର ବାଟ ବନ୍ଦ ଦେଖି ଗୋବିନ୍ଦ ପ୍ରବଳ ମାନସିକ ଚାପରେ ଥିଲେ। ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଗୋବିନ୍ଦଙ୍କୁ ଜେଲରେ ଜ୍ୱାଇଁପୁଅ ଭଳି ଚର୍ଚ୍ଚା ମିଳୁଥିଲା। ତେବେ ସେ କେମିତି ଆତ୍ମହତ୍ୟା କଲେ ଆଉ ଆତ୍ମହତ୍ୟା କଲାବେଳେ କେମିତି ଷ୍ଟାଫମାନେ ଜାଣିପାରିଲେନି ତାକୁ ନେଇ ସାଲୁଜା ପ୍ରଶ୍ନ ଉଠାଇଛନ୍ତି। ସେ ଆହୁରି କହିଛନ୍ତି, ଗୋବିନ୍ଦଙ୍କ ମୃତ୍ୟୁଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।

ଗୋବିନ୍ଦଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଏକ ବଡ଼ ଷଡ଼ଯନ୍ତ୍ର ରହିଛି। ସିବିଆଇ ତଦନ୍ତ ହେଲେ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି। ଅନ୍ୟପଟେ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ଡିଆଇଜି। ସମ୍ବଲପୁର ପ୍ରିଜନ ରେଞ୍ଜ ଡିଆଇଜି ଅନୁସୂୟା ଜେନା ଏହାର ତଦନ୍ତ କରିବେ। ଅନୁସୂୟାଙ୍କୁ ତଦନ୍ତ କରି ରିପୋର୍ଟ ପାଇଁ ଜେଲ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.