Odisha Link
Bridging the Missing Links in Odisha

ଯବାନ ଓ ନକ୍ସଲ ସାମ୍ନାସାମ୍ନି, ଗୁଳିବିନିମୟରେ ଜଣେ ନକ୍ସଲ ମୃତ

ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିବା ବିଜାପୁର ଏସପି ଅଂଜନେୟ ବୈଷ୍ଣଵ ସୂଚନା ଦେଇଛନ୍ତି

ଓଏଲ୍‌ ବ୍ୟୁରୋ : ନକ୍ସଲ ଯବାନଙ୍କ ଉପରେ କଲେ ଗୁଳିଚାଳନା ଏବଂ ଗୁଳିଚାଳନାର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିଚାଳନାରେ ଜଣେ ନକ୍ସଲ ମୃତ ଖବର ସାମ୍ନାକୁ ଆସିଛି। ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଥିବାବେଳେ ଘଟଣା ସ୍ଥଳରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ୱେବ ଡିଆରଜି ଟିମ ମିରତୁର ଥାନା ଅନ୍ତର୍ଗତ ତିମେନର ଏବଂ ପରୋବଡା ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି କରିବା ସମୟରେ ପ୍ରତିବାଦରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପୁଲିସ ଓ ନକ୍ସଲ ସାମ୍ନାସାମ୍ନି ପରେ ଗୁଳିବିନିମୟରେ ଜଣେ ନକ୍ସଲ ମୃତ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିବା ବିଜାପୁର ଏସପି ଅଂଜନେୟ ବୈଷ୍ଣଵ ସୂଚନା ଦେଇଛନ୍ତି।

Leave A Reply

Your email address will not be published.