Odisha Link
Bridging the Missing Links in Odisha

ଓଡିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ କୁମକୁମ ମହାନ୍ତି

କୁମକୁମଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପରେ ବିଏମସି ପକ୍ଷରୁ କାନ୍ଥରେ ନୋଟିସ

ଓଏଲ୍‌ ବ୍ୟୁରୋ : ପ୍ରସିଦ୍ଧ ନୃତ୍ୟଶିଳ୍ପୀ କୁମକୁମ ମହାନ୍ତି ଘର ନିର୍ମାଣ କାର୍ଯ୍ୟକୁ ନେଇ ଓଡିଏ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିଥିବା ଖବର ସାମ୍ନାକୁ ଆସିଛି। ତଥ୍ୟ ପ୍ରମାଣ ଆଧାରରେ କୋର୍ଟ କୁମକୁମଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ସେ ଜାରି ରଖିଛନ୍ତି ଘର ନିର୍ମାଣ କାର୍ଯ୍ୟ। କୁହାଯାଉଛି ଯେ ବିଏମସି ମଧ୍ୟ ଜାଣି ଶୁଣି କୁମକୁମଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଖବର ଅନୁସାରେ, କୁମକୁମ ମହାନ୍ତି ଜଣେ ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ଏବଂ ସେ ପାନ୍ଥନିବାସ ନିକଟସ୍ଥ ଜୟଦେବ ନଗର ପ୍ଲଟ ନଂ ୪୨୮/୨୮୧୭ରେ ଘର ନିର୍ମାଣ କରୁଛନ୍ତି। ତେବେ ଅନ୍ୟ ଜଣଙ୍କ ପାଚେରୀକୁ ଲଗାଇ ସେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏନେଇ ଓଏସଡ଼ି (ଓଡ଼ିଏ ଆଇନ) କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ସବୁ ଅନୁଧ୍ୟାନ କରିବା ସହ ତଥ୍ୟ ପ୍ରମାଣ ଆଧାରରେ କଡ଼ା ନିର୍ଦ୍ଦେଶ ଦେଇଥିଲେ। କୁମକୁମଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ପରେ ବିଏମସି ପକ୍ଷରୁ କାନ୍ଥରେ ନୋଟିସ ଲଗାଯାଇଥିଲା। ଏନଫୋର୍ସମେଂଟ ସ୍କ୍ୱାଡ ମଧ୍ୟ ଘଟଣାର ତଦନ୍ତ କରିଥିଲେ।

ନଭେମ୍ବର ୩୦ରେ ଏହି ନୋଟିସ ଲାଗିବାର ତିନି ସପ୍ତାହ ନପୂରୁଣୁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି କୁମକୁମ ମହାନ୍ତି। ଏବେ ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଏନେଇ ବିଏମସିର ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ବି ପଦକ୍ଷେପ ନିଆଯାଇନାହିଁ। ହକି ବିଶ୍ୱକପ ପାଇଁ ସମସ୍ତ କର୍ମଚାରୀ ବ୍ୟସ୍ତ ଥିବାରୁ କୁମକୁମ ମହାନ୍ତିଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା କୁହାଯାଉଛି। କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିବା ପରେ କୁମକୁମଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାବେଳେ ସାଧାରଣ ଲୋକଟିଏ କିଭଳି ନ୍ୟାୟ ପାଇବ ସେନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Leave A Reply

Your email address will not be published.