Odisha Link
Bridging the Missing Links in Odisha

ଆଜି କରୋନାର ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବାର ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ : ଦେଶରେ ପୁଣି ଥରେ କରୋନାର ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ବିଏଫ୍.୭ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସରକାର ମଧ୍ୟ ଦେଶର ସୁରକ୍ଷାର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଆଗେଇଛନ୍ତି। କରୋନାର ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବାର ସୂଚନା ମିଳିଛି। ଦେଶରେ କରୋନାର ନୂଆ ଭାରିଆଣ୍ଟକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

କରୋନା ପୁଣି କେଉଁ ରୂପ ନେବ ଏବଂ କେଉଁ ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ଚିନ୍ତାରେ ଦେଶବାସୀ। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦେଶରେ କରୋନା ସ୍ଥିତର ସମୀକ୍ଷା କରିଥିଲେ । ଦେଶରେ ଦେଖା ଦେଇଥିବା ନୂଆ ଭାରିଆଣ୍ଟକୁ ନେଇ ଉଚ୍ଚସ୍ତରୀୟ ବୈଠକ କରି ସମୀକ୍ଷା କରିବେ ଆଜି ପ୍ରଧାନମନ୍ତ୍ରୀ ମୋଦି। ଚୀନରେ ତାଣ୍ଡବ କରୁଥିବା କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ଡବ୍ଲୁଏଚଓ ଚୀନର ସ୍ତିତିକୁ ନେଇ ଚିନ୍ତା ପ୍ରକଟ କରିଥିବା ଜଣା ପଡିଛି। ଚୀନର ସ୍ଥିତି ସାରା ବିଶ୍ୱରେ କାୟା ବିସ୍ତାର କରି ପୁଣି ଥରେ ମହାମାରୀ ରୂପ ନେଇପାରେ ବୋଲି ଡବ୍ଲୁଏଚଓ ଦ୍ୱାରା ଆଶଙ୍କା କରାଯାଉଛି।

Leave A Reply

Your email address will not be published.