Odisha Link
Bridging the Missing Links in Odisha

ଜାମିନ ଆବେଦନ ଫେରାଇ ନେଲା ଶ୍ରଦ୍ଧା ମୃତ୍ୟୁ ମାମଲାର ଅଭିଯୁକ୍ତ ଅଫତାବ

ଅଫତାବ ନିଜ ଲିଭ୍‌-ଇନ୍ ପାର୍ଟନର୍ ଶ୍ରଦ୍ଧାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ଖବର ସାମ୍ନାକୁ ଆସିଥିଲା

ଓଏଲ୍‌ ବ୍ୟୁରୋ : ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଫତାବ ନିଜର ଜାମିନ ଫେରାଇ ନେଇଥିବା ଖବର ସାମ୍ନାକୁ ଆସିଛି। ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ଜେଲ୍‌ରୁ ମୁକୁଳିବାକୁ ଚାହୁଁନାହାନ୍ତି। ଏଥିପାଇଁ ସେ ନିଜ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି।

ପୂର୍ବରୁ ଅଭିଯୁକ୍ତ ଅଫତାବ ନିଜ ଲିଭ୍‌-ଇନ୍ ପାର୍ଟନର୍ ଶ୍ରଦ୍ଧାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ଖବର ସାମ୍ନାକୁ ଆସିଥିଲା। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସେ ତାଙ୍କ ମରଶରୀରକୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା। ଏହାପରେ ପ୍ରତିଦିନ ରାତିରେ ଶ୍ରଦ୍ଧାଙ୍କ ମର ଶରୀରର ମାଂସ ଖଣ୍ଡକୁ ଜଙ୍ଗଲକୁ ନେଇ ଫିଙ୍ଗୁଥିଲା। ଏହି ନୃଶଂସ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ହେବା ପରେ ଦିଲ୍ଲୀ ସାକେତ କୋର୍ଟରେ ଜାମିନ ଆବେଦନ କରିଥିଲେ ଅଫତାବ।

ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ଅଫତାବଙ୍କ ଆଇନଜୀବୀ ପହଞ୍ଚି ନ ଥିଲେ। ଏହାପୂର୍ବରୁ ଡିସେମ୍ବର ୧୭ରେ ଅଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ଅତିରିକ୍ତ ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା। ଅଫତାବଙ୍କ ଓକିଲ ଡିସମ୍ବେର ୧୭ ତାରିଖରେ ହୋଇଥିବା ଶୁଣାଣି ସମୟରେ ନିଜ କ୍ଲାଇଣ୍ଟ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହୋଇ ଶୁଣାଣି ସମୟରେ ଅଭିଯୁକ୍ତ ଅଫତାବ କୋର୍ଟଙ୍କୁ କହିଥିଲେ ଯେ ସେ ଜାମିନ ଆବେଦନ ବିଷୟରେ ଜାଣି ନାହାଁନ୍ତି। ପରେ ନିଜର ଜାମିନ ଆବେଦନକୁ ଫେରାଇ ନେଇଛି ଅଭିଯୁକ୍ତ ଅଫତାବ।

Leave A Reply

Your email address will not be published.