Odisha Link
Bridging the Missing Links in Odisha

କରୋନା ମୁକାବିଲା: ଆସିଲା ନୂଆ କୋଭିଡ ଆଡଜାଇଜରି

ଓଏଲ୍‌ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ସଚେତନ କଲେ ସରକାର । ବିଦେଶରେ ହୁ ହୁ ହୋଇ ବଢ଼ୁଥିବା କରୋନା ମାମଲାକୁ ନଜରରେ ରଖି କୋଭିଡ ନିୟମ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସରକାର । ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ମାସ୍କ ପିନ୍ଧିବା ସହ ନିୟମିତ ହାତ ଧୁଅନ୍ତୁ ।କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ପରାମର୍ଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି।ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକରେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ରାଜ୍ୟରେ ଦିନକୁ ୧୫ କେସ୍, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି। ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି। ପରିସ୍ଥିତି ଉପରେ ନଜର ରଖି ପରେ ବେଡ୍ ସଂଖ୍ୟା ଆଉ ୨୦ ବୃଦ୍ଧି ହେବ। ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୭ରେ ହେବ ମକ୍ ଡ୍ରିଲ୍। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ, ମକଡ୍ରିଲ୍ କରାଯିବ।

ଆଜି ବୈଠକରେ ଆଲୋଚନା ହୋଇଛି ଯେ, ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ସେତେ ଭୟଙ୍କର ନୁହେଁ। ‌କିନ୍ତୁ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। କରୋନାର ନୂତନ ଲହରକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି। ଏଥି ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂ ଜାରି ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୈନିକ ଅଧିକ ଟେଷ୍ଟିଂ କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ଦୈନିକ ୧୫୫୨ ଟେଷ୍ଟିଂ କରାଯାଉଥିବା ବେଳେ ଜାତୀୟ ହାର ହେଉଛି ୫୮୯। ସେହିପରି ନୂଆ ଭାଇରସ୍‌ ପାଇଁ ଭୁବନେଶ୍ବରର ଆଇଏଲ୍‌ଏସ୍‌ ଓ ଆରଏମ୍‌ଆରସି ଏବଂ ଏସ୍‌ସିବିରେ ଜିନୋମ ସିକ୍ବେନ୍ସିଂ କରାଯାଉଛି।

Leave A Reply

Your email address will not be published.