Odisha Link
Bridging the Missing Links in Odisha

ପରଲୋକରେ ଟଲିଉଡର ଭେଟେରାନ୍‌ ଅଭିନେତା

ଓଏଲ୍‌ ବ୍ୟୁରୋ: ଟଲିଉଡ଼ ଷ୍ଟାର ଚଲପତି ରାଓଙ୍କ ପରଲୋକ। ଘରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏନେଇ ପରିବାର ଲୋକେ ସୂଚନା ଦେଇଥିଲେ।

ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ। ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ ଦେଖାଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସେ ଅଭିନୟରୁ ଦୂରେଇ ରହିଥିଲେ।

ତେଲଗୁ ସିନେମା ଇଣ୍ଡଷ୍ଟ୍ରିରେ ଚଲପତି ରାଓ ହାସ୍ୟ ଅଭିନେତା ଓ ଖଳନାୟକ ଭୂମିକାରେ ଦର୍ଶକଙ୍କ ପାଖରେ ବେଶ ଆଦୃତ ହୋଇପାରିଥିଲେ । ଏନଟି ରାମାରାଓ, କୃଷ୍ଣା, ନାଗାର୍ଜୁନ, ଚିରଞ୍ଜୀବ ଓ ଭେଙ୍କଟେଶଙ୍କ ପରି ବଡ଼ କଳାକାରଙ୍କ ସହ କାମ କରିଛନ୍ତି ଚଲପତି ।୧୯୪୪ ମଇ ୮ରେ କ୍ରିଷ୍ଣା ଜିଲ୍ଲା ବାଲିପାରୁରେ ଜନ୍ମଗ୍ରହଣ କରିଥିଲେ ଚଲପତି ରାଓ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଚଲପତି । ୬୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.