Odisha Link
Bridging the Missing Links in Odisha

ବିଜେଡି ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ

ଯୋଗ ଦେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ : ଶ୍ରୀକ୍ଷେତ୍ର ଅଭିମୁଖେ ବିଜେଡି କର୍ମୀ। ବିଜୁ ଜନତା ଦଳକୁ ପୂରିଲା ୨୫ବର୍ଷ। ଏହି ୨୫ବର୍ଷ ପୂର୍ତ୍ତି ଅବସରରେ ବିଜେଡି ପାଳନ କରୁଛି ୨୬ତମ ପ୍ରତିଷ୍ଠା ଦିବସ। ଆଜି ପୁରୀର ତାଳବଣିଆ ପଡିଆ ଠାରେ ୨୬ତମ ଦିବସ ଉପଲକ୍ଷେ ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ ପାଇଁ ଆୟୋଜିତ କରାଯାଇଛି। ଏହି ଅବସରରେ ଯୋଗ ଦେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବାର ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଜେଡି କର୍ମୀ ଯୋଗ ଦେବା ସହ ଜନସମାଗମ ଦେଖା ଯିବାର ଖବର ମିଳିଛି। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆସୁଥିବାରୁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯିବା ସହ ପୁଲିସ ମୁତୟନ କରାଯାଇଛି। ପାଖାପାଖି ୫୦ହଜାର କର୍ମକର୍ତା ବିଜେଡିରୁ ଯୋଗଦେବା ସହ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହିବେ।

Leave A Reply

Your email address will not be published.