Odisha Link
Bridging the Missing Links in Odisha

ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରିଚାଲିବ : ମୁଖ୍ୟମନ୍ତ୍ରୀ

ମା, ମାନଙ୍କ ଆଶୀର୍ବାଦ ରହିଲେ ଦଳ ୨୫ କ’ଣ ୫୦ ବର୍ଷ କଣ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ବିଜେଡି ଲୋକଙ୍କ ପାଇଁ କାମ କରିବ

ଓଏଲ୍‌ ବ୍ୟୁରୋ : ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ। ୨୬ବର୍ଷ ପ୍ରତି ଅବସରରେ ପୁରୀ ତାଳବଣିଆରେ ବିଜୁ ଜନତା ଦଳର ବିଶାଳ ସମାବେଶ ଦେଖିବାକୁ ମିଳିଛି। ଏହି ଅବସରରେ ଯୋଗଦେଇଛନ୍ତି ବିଜେଡିର ବିଭିନ୍ନ କର୍ମୀ । ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଯୋଗ ଦେଇଥିବାବେଳେ ରାଜ୍ୟ ବାସୀଙ୍କୁ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମା, ମାନଙ୍କ ଆଶୀର୍ବାଦ ରହିଲେ ଦଳ ୨୫ କ’ଣ ୫୦ ବର୍ଷ କଣ ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ବିଜେଡି ଲୋକଙ୍କ ପାଇଁ କାମ କରିବ।

ସମସ୍ତଙ୍କୁ ନୂଆବର୍ଷ ଆଗୁଆ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଇଁ ଭଲକାମ କରିବାକୁ ବାର୍ତ୍ତା ଦେଇଛନ୍ତି ବିଜେଡି ସୁପ୍ରିମୋ। ବିଜେଡି ଦଳର କର୍ମକର୍ତା ମାନଙ୍କୁ ଧନ୍ୟବାଦ ଜଣାଇବା ସହ ୨୫ବର୍ଷ ଧରି ସେବା କରିଥିବାରୁ ଲୋକଙ୍କ ପାଖରେ ଋଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ତାଙ୍କ ମୁଖ୍ୟ କର୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା, ବାତ୍ୟା କ୍ଷେତ୍ରରେ ଓଡିଶା ସଫଳ ମୁକାବିଲା କରୁଛି।

ଖାଦ୍ୟ ନିରାପତ୍ତା ଦେଶବିଦେଶରେ ଓଡିଶାର ମଡେଲକୁ ପ୍ରଶଂସା କରାଯାଉଛି ଏବଂ ମହିଳା ମାନେ ସଶକ୍ତ ହେଲେ ରାଜ୍ୟ ଓ ଦେଶ ଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱପ୍ନର ଓଡିଶା ଗଠନରେ ସହାୟକ ହୁଅନ୍ତୁ ଏବଂ ଆଉ ୧୨ବର୍ଷ ପରେ ଓଡିଶା ଗଠନର ୧୦୦ବର୍ଷ ପାଳନ କରାଯିବ। ୨୦ବର୍ଷ ଆଗରୁ ଓଡିଶା କିପରି ଥିଲା ଏବଂ ବର୍ତ୍ତମାନ ଏହା କିପରି ଅଛି ତାହା ସାରା ବିଶ୍ୱ ଦେଖୁଛି।

Leave A Reply

Your email address will not be published.