Odisha Link
Bridging the Missing Links in Odisha

ଓଡ଼ିଶା କହିଲେ ଦୁଇ ଜଣଙ୍କୁ ବୁଝାଏ : ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ୨୬ ବର୍ଷରେ ପାଦ ଥାପିଛି ଶାସକ ବିଜୁ ଜନତା ଦଳ। ପୁରୀରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ବିଜେଡି ଫୋକସରେ ମହିଳା ଭୋଟର୍‌। ଦଳୀୟ କର୍ମୀଙ୍କୁ ଅଭିଭାଷଣ ଦେଇ ନବୀନ କହିଛନ୍ତି, ହିଳାଙ୍କ ଉନ୍ନତି ଓ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ବିଜେଡି ୨୫ ବର୍ଷ କ୍ଷମତାରେ ରହିଲାଣି। ଯଦି ମହିଳା ମାନଙ୍କ ଆସ୍ଥା ମିଳେ ତା’ହେଲେ ୨୫ କ’ଣ, ୫୦ କ’ଣ ୧୦୦ ବର୍ଷ ଯାଏଁ କ୍ଷମତାରେ ରହିବ ବିଜେଡି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଏବେ ଯେତିକି ଚର୍ଚ୍ଚାରେ ନାହିଁ ତାଠୁ ଅଧିକ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କର ରହିଛି । ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ମାଝୀ କହିଥିଲେ ଯେ ଓଡ଼ିଶାର ପରିଚୟ କହିଲେ ଦୁଇ ଜଣଙ୍କୁ ବୁଝାଏ। ଜଣେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ ଓ ଅନ୍ୟ ଜଣେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ।

ରମେଶଙ୍କ ଏଭଳି ମନ୍ତବ୍ୟକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଓଡ଼ିଶା କହିଲେ କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ହିଁ ବୁଝାଏ। ଏ କଥା ପ୍ରାୟ ସାଢ଼େ ୪ କୋଟି ଓଡ଼ିଶାବାସୀ ଜାଣିଛନ୍ତି ଓ ଦେଶବାସୀ ବି ଜାଣିଛନ୍ତି। ମହାପ୍ରଭୁଙ୍କ ସହିତ କୌଣସି ବ୍ୟକ୍ତି ବିଶେଷଙ୍କୁ ତୁଳନା କରାଯାଇପାରିବ ନାହିଁ। ରମେଶଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡିର ଶେଷ ସମୟ ଆସିଗଲାଣି।

ସୂଚନାଯୋଗ୍ୟ, ବରମୁଣ୍ଡା ପଡ଼ିଆରେ ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, ସାଢ଼େ ୪କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା ଜଗନ୍ନାଥ। ଏବେ ଆପଣମାନେ ଭାରତ ବର୍ଷର ଯେକୌଣସି ଜାଗାକୁ ଯିବେ ଓ ଓଡ଼ିଶାରୁ ବୋଲି ପରିଚୟ ଦେବେ, ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁହଁରୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ନାଁ ବାହାରିବ। ଯାହାକୁ ନେଇ ବିବାଦ ଉପୁଜିଥିଲା ।

Leave A Reply

Your email address will not be published.