Odisha Link
Bridging the Missing Links in Odisha

କାଲି ଅପରାହ୍ନରେ କରୋନାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୂର୍ବରୁ କେନ୍ଦ୍ରସରକାରଙ୍କ ଦ୍ୱାରା ଦେଶରେ କରୋନାର ସ୍ଥିତି ସମୀକ୍ଷା କରାଯାଇଥିବାବେଳେ ବର୍ତ୍ତମାନ ରାଜ୍ୟସରକାର ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛନ୍ତି

ଓଏଲ୍‌ ବ୍ୟୁରୋ : ଚିନ୍ତା ବଢ଼ାଇଦେଇଛି କରୋନାର ନୂଆ ଭୂତାଣୁ। ଚୀନରେ ହୁ ହୁ ବଢୁଥିବା କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତରେ ଚୀନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଭାରତ ସରକାର। କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ କରୋନାର ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

ଚୀନରେ ବଢୁଥିବା କରୋନାର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ, ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ସଚିବଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବାର ସୂଚନା ମିଳିଛି। ପୂର୍ବରୁ କେନ୍ଦ୍ରସରକାରଙ୍କ ଦ୍ୱାରା ଦେଶରେ କରୋନାର ସ୍ଥିତି ସମୀକ୍ଷା କରାଯାଇଥିବାବେଳେ ବର୍ତ୍ତମାନ ରାଜ୍ୟସରକାର ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ସହ କରୋନା ନିୟମାବଳୀ ମାନି ରହିବାକୁ ଲୋକମାନଙ୍କ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.