Odisha Link
Bridging the Missing Links in Odisha

ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ

କେଉଁ ଦିନ କେଉଁ ବିଷୟର ପରୀକ୍ଷା ରହିଛି ସେନେଇ ଖୁବ୍‌ଶୀଘ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ

ଓଏଲ୍‌ ବ୍ୟୁରୋ : କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ପହିଲାରୁ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ହେବାକୁ ଥିବାବେଳେ ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ।

ଥିଓରୀ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଫେବୃଆରୀ ମାସରେ ପ୍ରାକଟିକାଲ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। କେଉଁ ଦିନ କେଉଁ ବିଷୟର ପରୀକ୍ଷା ରହିଛି ସେନେଇ ଖୁବ୍‌ଶୀଘ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ। ବିଶ୍ବ‌ରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପରୀକ୍ଷାକୁ ନଜରରେ ରଖି ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି।

Leave A Reply

Your email address will not be published.