Odisha Link
Bridging the Missing Links in Odisha

ଅମାନିଆ ସାବଧାନ ! ନୂଆବର୍ଷ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା

ଓଏଲ୍‌ ବ୍ୟୁରୋ: ଆଉ କିଛିଦିନ ପରେ ସାରା ବିଶ୍ବବାସୀ ନୂତନ ବର୍ଷ ୨୦୨୩କୁ ସ୍ବାଗତ କରିବେ। ଏଥିପାଇଁ ସବୁଆଡ଼େ ଚାଲିଛି ଯୋରଦାର ପ୍ରସ୍ତୁତି। ନୂଆବର୍ଷକୁ ନଜରରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ନିଆଯାଇଛି କଡ଼ା ସୁରକ୍ଷା।

ଏଥର ନୂଆବର୍ଷ ସେଲିବ୍ରେସନ ପାଇଁ କଟକଣା ନଥିବାରୁ ସୁରକ୍ଷା ବଢ଼ାଇଛି ପୁଲିସ। ଡିସେମ୍ବର ୩୧ ତାରିଖ ସଂଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ, ବ୍ଲକିଂ ଚାଲିବ । ରାଜଧାନୀରେ ୨୮ଟି ଜାଗାରେ ଚେକ୍ ପୋଷ୍ଟ କରାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଡିସିପି।

ସେହିପରି ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଧରିବାକୁ ୧୭ ଜାଗାରେ ରହିବ ଚେକ୍ ପୋଷ୍ଟ। ୧୩ ପ୍ଲାଟୁନ ଫୋର୍ସ, ୩ଟି ଜାଗାରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବ । ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ରହିବେ ସ୍ୱତନ୍ତ୍ର ପୁଲିସ।

Leave A Reply

Your email address will not be published.