Odisha Link
Bridging the Missing Links in Odisha

ହକି ବିଶ୍ବକପ୍‌ ୨୦୨୩: ଭୁବନେଶ୍ବରରେ ପହଁଞ୍ଚିଲା ଭାରତୀୟ ହକି ଟିମ୍‌

ଓଏଲ୍‌ ବ୍ୟୁରୋ: ଜାନୁଆରୀରେ ଖେଳାଯିବ ହକି ମହାକୁମ୍ଭ । ମୋଟ ୧୬ଟି ଦଳ ଭାଗ ନେବେ ଏହି ମହାକୁମ୍ଭରେ। ପ୍ରଥମ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଛି ଭାରତୀୟ ହକି ଟିମ୍‌। ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଖେଳିବା ପାଇଁ ଭୁବନେଶ୍ବରରେ ପହଁଞ୍ଚିଲେ ଭାରତୀୟ ହକି ଟିିମ୍‌ ।

ଓଡ଼ିଆ ପୁଅ ଅମିତ ରୋହିତ ଦାସ ଦଳର ଉପଅଧିନାୟକ ଥିବାବେଳେ ଓଡ଼ିଶା ଖେଳାଳି ନିଲମ ଖେସ୍‌ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ଖେଳାଯିବ । ହକି ମହାକୁମ୍ଭ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ହରମନ୍‌ପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ।ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ। ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ।

ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି। ଏଠାରେ ୪ଟି ବ୍ଲକ ରହିଛି। ପ୍ରତି ବ୍ଲକରେ ୨୭ରୁ ଅଧିକ କୋଠରୀ ଅଛି। ହୋଟେଲରେ ଅତ୍ୟାଧୁନିକ ସମସ୍ତ ସୁବିଧା ସୁଯୋଗ ରହିଛି।

Leave A Reply

Your email address will not be published.