Odisha Link
Bridging the Missing Links in Odisha

ଅନୁଗୁଳରେ ବିଜେପି ଓ ବିଜେଡି କରିବ ନିଜର ପାୱାର ଶୋ

ଅନୁଗୁଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ଆଜି ଅନୁଗୁଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଓ ୩ କେନ୍ଦ୍ରମନ୍ତ୍ରୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ସରଗରମ ଦେଖା ଯିବ। ଆଜି ଅନୁଗୁଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସାଙ୍ଗକୁ ତିନି କେନ୍ଦ୍ରମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଯିବାକୁ ଥିବାବେଳେ ୩ କେନ୍ଦ୍ରମନ୍ତ୍ରୀ ଯଥାକ୍ରମେ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁଗୁଳ ଗସ୍ତରେ ଯିବେ। ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

ଅନୁଗୁଳ ଗସ୍ତରେ ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟାଡିୟମରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଅନେକ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ଅନୁଗୁଳ ରେଳ ଷ୍ଟେସନରେ ରେଳ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସେଇଭଳି ଭାବେ ବିଜେପିର ନେତା ଅନୁଗୁଳ ଗସ୍ତରେ ଯିବାକୁ ନେଇ ସୂଚନା ମିଳିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ଅନୁଗୁଳ ଷ୍ଟେସନରେ ନୂଆ ରେଳ ଲାଇନର ଲୋକାର୍ପଣ କରିବେ। ୩ କେନ୍ଦ୍ରମନ୍ତ୍ରୀ ନୂତନ ଟ୍ରେନର ଶୁଭାରମ୍ଭ କରିବା ସହ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ଦିନରେ ଦୁଇଟି ପ୍ରମୁଖ ଦଳର ତୁଙ୍ଗ ନେତାମାନେ ଅନୁଗୁଳ ଗସ୍ତ କରୁଥିବାରୁ ଉଭୟ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣା ପଡିଛି।

Leave A Reply

Your email address will not be published.