Odisha Link
Bridging the Missing Links in Odisha

ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି : ୪ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ସହ ଟିଆଇ ମଞ୍ଜୁର କରିଥିବା ସୂଚନା

ଓଏଲ୍ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ଚାରି ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ସହ ଟିଆଇ ମଞ୍ଜୁର କରିଥିବା ସୂଚନା ମିଳିଛି। ଜୁଲାଇ ପହିଲା ୨୦୨୨ରୁ ଏହା ପିଛିଲା ଭାବେ ଲାଗୁ ହେବ।

ପୂର୍ବରୁ ରାଜ୍ୟ ସରକାର ଦଶହରା ଉତ୍ସବରେ ମଧ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୩ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ଯାହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ନୂଆବର୍ଷ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମହଙ୍ଗା ଭତ୍ତା ୪ପ୍ରତିଶତ ବୃଦ୍ଧି ଦ୍ୱାରା ଓଡ଼ିଶାର ସରକାରୀ କର୍ମଚାରୀ ଉପକୃତ ହେବେ।

Leave A Reply

Your email address will not be published.