Odisha Link
Bridging the Missing Links in Odisha

ନୂଆବର୍ଷ ପୂର୍ବରୁ IPS ସ୍ତରରେ ବଡ଼ଧରଣର ଅଦଳବଦଳ

ନୂଆବର୍ଷ ପୂର୍ବରୁ ଆଇପିଏଓସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ଓଡ଼ିଶା ସରକାର। ଯାହାଫଳରେ ବଦଳିଛନ୍ତି ୧୧ ଜିଲ୍ଲାର ଏସପି। ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ହେଲେ ଏସ୍‌ଏପି ଡିଆଜି। ସେହିପରି ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଜି ।

ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଜି ହୋଇଥିବା ବେଳେ ସୁଧାଂଶୁ ଶେଖର ମିଶ୍ର ହେଲେ ଅନୁଗୁଳ ଏସପି। ରାହୁଲ ପି.ଆର୍ ହେଲେ ଜଗତସିଂହପୁର ଏସପି । ସେହିପରି ଜଗମୋହନ ମିନା ହେଲେ ଗଂଜାମ ଏସପି । ଏଲ୍. ଦିବ୍ୟା ହେଲେ ଭିଜିଲାନ୍ସ ଏସପି।ପ୍ରତ୍ୟୁଷ ଦିବାକର ହେଲେ ସୁନ୍ଦରଗଡ଼ ଏସପି। ବିନିତ ଅଗ୍ରୱାଲ ହେଲେ ଯାଜପୁର ଏସପି। ବରୁଣ ଗୁଣ୍ଟୁପାଲି ହେଲେ ଭଦ୍ରକ ଏସପି । ସାଗରିକା ନାଥ ହେଲେ ବାଲେଶ୍ୱର ଏସପି। ଗୁଣ୍ଡଲା ରେଡ୍ଡୀ ହେଲେ ନୂଆପଡ଼ା ଏସପି । ଶୁଭେନ୍ଦୁ ପାତ୍ର ହେଲେ କନ୍ଧମାଳ ଏସପି। ଅଭିନବ ସୋନକାର ହେଲେ କୋରାପୁଟ ଏସପି । ଜ୍ଞାନରଂଜନ ମହାପାତ୍ର ହେଲେ ଢେଙ୍କାନାଳ ଏସପି ।

Leave A Reply

Your email address will not be published.