Odisha Link
Bridging the Missing Links in Odisha

ନୂଆବର୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କଟକଣା ଲଗାଇଲେ ଭାରତ ସରକାର

ଓଏଲ୍‌ ବ୍ୟୁରୋ: ବିଶ୍ବର କିଛି ଦେଶରେ ପୁଣିଥରେ କାୟା ମେଲାଇଛି ମହାମାରୀ କରୋନା। ଏପରିକି ବିଭିନ୍ନ ଦେଶରେ ଉଗ୍ରରୂପ ନେଲାଣି ଏହି ମହାମାରୀ। ଦିନ ଗଡ଼ିବା ସହିତ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି।ଏସବୁ ମଧ୍ୟରେ ଭାରତରେ ଓମିକ୍ରନର ନୂଆ ଭାରିଏଣ୍ଟ ଏକ୍ସବିବି-.୫ ଚିହ୍ନଟ ହୋଇଛି। ଏହାକୁ ନଜରରେ ରଖି ନୂଆ କଟକଣା ଜାରିକରିଛନ୍ତି ଭାରତ ସରକାର।

ଏଣିକି ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।ଚୀନ୍ ଓ ଅନ୍ୟ ୫ଟି ଦେଶରୁ ଯାତ୍ରୀ ଆସିଲେ, ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ମାସ୍କ ପିନ୍ଧିବା ଓ ଅନ୍ୟ କୋଭିଡ ସତର୍କତା ପାଳନ ଉପରେ ଜୋର ଦିଆଯାଉଛି।

ସେହିପରି କର୍ଣ୍ଣାଟକରେ ବିଦେଶ ଯାତ୍ରୀଙ୍କ ପାଇଁ ୭ ଦିନ ହୋମ୍ କ୍ବାରାଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଚୀନ୍‌, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ ଓ ସିଙ୍ଗାପୁରରୁ ଆସୁଥିବା କୌଣସି ଯାତ୍ରୀଙ୍କ ଠାରେ ଯଦି ଜ୍ୱର, କାଶ, ଥଣ୍ଡା, କିମ୍ବା ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ତାଙ୍କୁ ଆଇସୋଲେଟ୍ କରାଯିବ ବୋଲି ନୂଆ ଗାଇଡଲାଇନ୍‌ରେ କୁହାଯାଇଛି। ଏହାପରେ ସେମାନଙ୍କୁ ୭ ଦିନ ଯାଏ କ୍ବାରାଣ୍ଟିନରେ ରହିବାକୁ ପଡ଼ିବ।

Leave A Reply

Your email address will not be published.