ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼

ଓଏଲ୍ ବ୍ୟୁରୋ: ସାରା ବିଶ୍ବ ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ୨୦୨୩ ବର୍ଷକୁ ସ୍ବାଗତ କରିଛି। ସେହିପରି ଭାରତରେ ମଧ୍ୟ ନୂଆବର୍ଷ ଖୁବ୍ ଧୁମଧାମରେ ପାଳନ ହୋଇଛି। ହେଲେ ବର୍ଷ ଆରମ୍ଭର ପ୍ରଥମ ଦିନରୁ ହିଁ ମହଙ୍ଗା ମାଡ଼। ବର୍ଷର ପ୍ରଥମ ଦିନରୁ ହିଁ ବଢ଼ିଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର।
୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି ହୋଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ପିଛା ଦାମ୍ ୧୭୬୮, ମୁମ୍ବାଇରେ ୧୭୨୧, କୋଲକାତାରେ ୧୮୭୦ ଓ ଚେନ୍ନାଇରେ ୧୯୭୧ ଟଙ୍କାରେ ପହଞ୍ଚିଛି। ସେପଟେ ଘରୋଇ ତଥା ୧୫ କିଗ୍ରା ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନହିଁ। ଯଦିଓ ଗତ ବର୍ଷ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪ ଗୁଣ ବୃଦ୍ଧି କରାଯାଇଥିଲା, କିନ୍ତୁ ଜୁଲାଇ ୨୦୨୨ ପରଠାରୁ କୌଣସି ପରିବର୍ତ୍ତନ ହୋଇନାହିଁ।