Odisha Link
Bridging the Missing Links in Odisha

କାରକୁ ଧକ୍କା ଦେଲା ବସ୍, ୨ମୃତ

ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଆହତଙ୍କ ମଧ୍ୟରେ ଜଣେ ୩ମାସର ଶିଶୁ ଥିବା ସୂଚନା ମିଳିଛି

ଓଏଲ୍ ବ୍ୟୁରୋ : କଳାହାଣ୍ଡି କେସିଙ୍ଗାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କାରକୁ ଧକ୍କା ଦେଇଛି ବସ। ବସ୍ ଧକ୍କାରେ କାରଟି ଚୁରମାର ହୋଇ ଯାଇଥିବାବେଳେ ଦୁର୍ଘଟଣାରେ କାରରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି।

ଖବର ଅନୁସାରେ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଘରୋଇ ବସ୍ ଦିଲଖୁସ୍।  କାରଟି ଚୁରମାର ହୋଇ ଯାଇଥିବାବେଳେ ଦୁର୍ଘଟଣାରେ କାରରେ ଥିବା ଅନ୍ୟ ୫ଜଣ ଆହତଙ୍କୁ ଭବାନୀପାଟଣା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଆହତଙ୍କ ମଧ୍ୟରେ ଜଣେ ୩ମାସର ଶିଶୁ ଥିବା ସୂଚନା ମିଳିଛି। ସଡକ ଦୁର୍ଘଟଣା ୨ମୃତ ଯୁବକଙ୍କ ମଧ୍ୟରେ ଜଣେ ଭବାନୀପାଟଣା ଓ ଅନ୍ୟ ଜଣେ ଯାଜପୁରର ବୋଲି ଜଣା ପଡିଛି।

Leave A Reply

Your email address will not be published.