ଆଗୁଆ ନିର୍ବାଚନ ପ୍ରସଙ୍ଗ : ପୁଣି ଦୋହରାଇଲେ ଧର୍ମେନ୍ଦ୍ର
୨ ସୂତ୍ରୀ ଫର୍ମୁଲାରେ କାର୍ଯ୍ୟକ୍ରମ ଚଳାଇବ ରାଜ୍ୟ ବିଜେପି

ଓଏଲ୍ ବ୍ୟୁରୋ : ଆଗୁଆ ନିର୍ବାଚନ ସଂପର୍କରେ ଆଉ ଥରେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୨୪ ନିର୍ବାଚନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ଆଗୁଆ ନିର୍ବାଚନ କଥା ଶୁଣି ସେମାନେ ପ୍ରସ୍ତୁତ ଅଛନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଆସିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେଇ କହିଛନ୍ତି, ନିର୍ବାଚନକୁ ନଜରରେ ରଖି ୨ ସୂତ୍ରୀ ଫର୍ମୁଲାରେ କାର୍ଯ୍ୟକ୍ରମ ଚଳାଇବ ରାଜ୍ୟ ବିଜେପି। ଫର୍ମୁଲା ୧ଅନୁସାରେ ରାଜ୍ୟର ୩୭ ହଜାର ବୁଥ୍ରେ ସଂଗଠନ ସୁଦୃଢ଼ କରାଯିବ ଏବଂ ଫର୍ମୁଲା ୨ ହେଉଛି ରାଜ୍ୟ ସରକାରଙ୍କ ବିରୋଧରେ ଥିବା ଜନ ଅସନ୍ତୋଷ ଲୋକଙ୍କ ପାଖକୁ ନିଆଯିବ। ପୂର୍ବରୁ ଆଗୁଆ ନିର୍ବାଚନ କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହାକୁ ନେଇ ଅନେକ ରାଜନୈତିକ ବ୍ୟକ୍ତି ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ପୁଣି ଥରେ ସେଇକଥା ଦୋହରାଇବା ପରେ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।