Odisha Link
Bridging the Missing Links in Odisha

ମାଛ ବିକାଳି ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା : ୩ଅଟକ

ଏକୁଟିଆ ଆସୁଥିବା ବେଳେ ୪ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ

ଓଏଲ୍‌ ବ୍ୟୁରୋ : ଗଣଦୁଷ୍କର୍ମ ଶିକାର ହେଲେ ମାଛ ବିକାଳି। ଏହି ଲଜ୍ଜ୍ୟା ଜନକ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କୋପସିଂଘା ନିକଟରେ। ଗଣଦୁଷ୍କର୍ମ ହୋଇଥିବା ପୀଡିତା ଦେଉଛନ୍ତି ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଯିଏକି ମାଛ ବିକି ନିଜ ପେଟ ପୋଷନ୍ତି। ତେବେ ମହିଳା ଜଣକ ମାଛ ବିକ୍ରି କରି ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମ ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ଘଟଣାର ତଦନ୍ତ ଜାରି କରି ପୁଲିସ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ଧରିବାକୁ ପୁଲିସ ଚଢାଉ ଜାରି ରଖିଛି। ପୀଡିତା ମହିଳା ଜଣକ ଗତକାଲି ସୁନ୍ଦରଗଡ଼ ସହରରେ ମାଛ ବିକ୍ରି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିଲେ। ସଦର ଥାନା କୋପସିଂହା ନିକଟ ନିଛାଟିଆ ରାସ୍ତାରେ ସେ ଏକୁଟିଆ ଆସୁଥିବା ବେଳେ ୪ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ବହୁ କଷ୍ଟରେ ଘଟଣାସ୍ଥଳରୁ ଆସି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାର ତଦନ୍ତ ଜାରି କରିଛି।

Leave A Reply

Your email address will not be published.