Odisha Link
Bridging the Missing Links in Odisha

ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ କଲେ ଗଣଶିକ୍ଷା ମନ୍ତ୍ରୀ

୧୩ ତାରିଖରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ହେବ ହକି ବିଶ୍ୱକପ।

ଓଏଲ୍‌ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ୨୦୨୩। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଥିବା ଜଣା ପଡିଛି। ତେବେ ଏହି ହକି ବିଶ୍ୱକପ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହେବାଉ ଯାଉଛି। ଯାହାକୁ ନେଇ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ଆଜି ମିଜୋରାମର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଥିବା ଖବର ସାମ୍ନାକୁ ଆସିଛି।

ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟମନ୍ତ୍ରୀଙ୍କୁ ହକି ଟି-ସାର୍ଟ ଓ ଏକ ରୂପାର ଅଶୋକ ଚକ୍ର ପ୍ରଦାନ କରିଥିଲେ। ଏହା ପରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ ଥଙ୍ଗା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ହକି ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ମୁତାବକ, ଆସନ୍ତା ୧୩ ତାରିଖରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ହେବ ହକି ବିଶ୍ୱକପ। ହକି ବିଶ୍ୱକପକୁ ନେଇ ରାଜଧାନୀ ସହ ଇଷ୍ପାତନଗରୀ ମଧ୍ୟ ଚଳଚଞ୍ଚଳ। ରାଜ୍ୟର ବିଭିନ୍ନ ସ୍ଥାନରେ ହକି ବିଶ୍ୱକପକୁ ବିଭିନ୍ନ ଢଙ୍ଗରେ ସ୍ୱାଗତ ଜଣାଯାଉଛି।

Leave A Reply

Your email address will not be published.