Odisha Link
Bridging the Missing Links in Odisha

ଚିତ୍ରକୋଣ୍ଡାରେ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ

ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି

ଓଏଲ୍‌ ବ୍ୟୁରୋ : ଦୁର୍ଗମ ଅଞ୍ଚଳବାସୀଙ୍କ ସୁବିଧା ଦେବା ପାଇଁ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ ସେବା, ଯାହାଦ୍ୱାରା ଉପକୃତ ହେବେ ରୋଗୀ। ଏହି ସେବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଥିବାବେଳେ ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ବାଇକ୍‌ ଆମ୍ବୁଲାନ୍ସକୁ ପରିଚାଳନା କରିବ ‘ପରିବର୍ତ୍ତନ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା। ବାଇକ ଆମ୍ବୁଲାନ୍ସ ଦ୍ୱାରା ସ୍ବାଭିମାନ ଅଞ୍ଚଳର ମୋଟ୍‌ ୯ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତବାସୀ ଉପକୃତ ହୋଇପାରିବେ।

ପୂର୍ବରୁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ କରାଯିବା ସହିତ ଯୋଡ଼ାମ୍ବ ଓ ବଡ଼ପଡ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ହେଲେ ସ୍ବାଭିମାନ ଅଞ୍ଚଳର କିଛି ଦୁର୍ଗମ ଅଞ୍ଚଳକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରୁନି। ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ପକ୍ଷରୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଟି ବାଇକ୍‌ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। ତେବେ ଏହି ଆମ୍ବୁଲାନ୍ସକୁ ପରିଚାଳନା କରିବେ ସ୍ବେଚ୍ଛାସେବୀ ସଂସ୍ଥା। ଏହି ବାଇକ ଆମ୍ବୁଲାନ୍ସ ସେବା ଦ୍ୱାରା ରୋଗୀମାନେ ସହଜରେ ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ କରିପାରିବେ।

Leave A Reply

Your email address will not be published.