Odisha Link
Bridging the Missing Links in Odisha

ଓଡ଼ିଶାରେ କେତେ କୋଟି ଭୋଟର ଅଛନ୍ତି ?

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ୨୦୨୩ ବର୍ଷର ଚୂଡ଼ାନ୍ତ ଫଟୋ ଭୋଟର ତାଲିକା। ରାଜ୍ୟରେ ଏବେ ମୋଟ ୩କୋଟି ୨୩ ଲକ୍ଷ ୪୯ହଜାର ୩୪୧ଜଣ ଭୋଟର ଅଛନ୍ତି। ସେମଧ୍ୟରୁ ୧କୋଟି ୬୪ଲକ୍ଷ ୯୬ହଜାର ୧୫୩ଜଣ ପୁରୁଷ ଓ ୧କୋଟି ୫୮ଲକ୍ଷ ୪୯ହଜାର ୯୬୬ଜଣ ମହିଳା ଭୋଟର ରହିଛନ୍ତି। ସେହିପରି ୩୨୨୨ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଗତବର୍ଷ ଅପେକ୍ଷା ଚଳିତଥର ମୋଟ ୫.୯୪ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଫଟୋ ଭୋଟର ତାଲିକା ଗତ ୨୦୨୨ ନଭେମ୍ବର ୯ତାରିଖରେ ପ୍ରକାଶିତ ହୋଇଥିଲା । ଭୋଟର ତାଲିକାରେ ତ୍ରୁଟି ସଂଶୋଧନ, ନାମ ବାଦଦେବା ଓ ସାମିଲ କରିବା, ଆପତ୍ତି-ଅଭିଯୋଗ ସହ ସ୍ଥାନାନ୍ତର ଆଦି ଆବେଦନ ଡିସେମ୍ବର ୮ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୋଟ ୫ଲକ୍ଷ ୯୪ହଜାର ୬୧୩ଟି ଦରଖାସ୍ତକୁ ଭୋଟର ତାଲିକାଭୁକ୍ତ କରିବା ଲାଗି ଅନୁମୋଦନ କରାଯାଇଥିବାବେଳେ ୩ଲକ୍ଷ ୨୦ହଜାର ୫୦୬ଜଣଙ୍କ ନାମ ଭୋଟର ତାଳିକାରୁ ବାଦ୍ ଦିଆଯାଇଛି ।

Leave A Reply

Your email address will not be published.