Odisha Link
Bridging the Missing Links in Odisha

ଲାଞ୍ଚ ନେଲାବେଳେ ଭାରପ୍ରାପ୍ତ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଓ ଦୁଇ କେଜିଆ କୁକୁଡ଼ା ଲାଞ୍ଚ ନେଉଥିଲେ।

ଓଏଲ୍‌ ବ୍ୟୁରୋ : ଆରଆଇ ନେଉଥିଲେ ଲାଞ୍ଚ, ଆଉ ଧରିଲା ଭିଜିଲାନ୍ସ। ଭିଜିଲାନ୍ସ ଧରିଥିବା ଭାରପ୍ରାପ୍ତ ଆରଆଇ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଜଗଦୀଶ ବେହେରା। ଯିଏକି ଜଣେ ଅଭିଯୋଗକାରୀଙ୍କ ଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ ୫ ହଜାର ଟଙ୍କା ଓ ଦୁଇ କେଜିଆ କୁକୁଡ଼ା ଲାଞ୍ଚ ନେଉଥିଲେ।

କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରାଙ୍କୁ ଲାଞ୍ଚ ନେବା ସମୟରେ ଧରିବା ସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରାଙ୍କୁ ଲାଞ୍ଚ ନେବା ସମୟରେ ଧରିବା ପରେ ଶ୍ରୀ ବେହେରାଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଚାଲିଛି। ତେବେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଶ୍ରୀ ବେହେରାଙ୍କ ନାମରେ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିବା ଖବରରୁ ଜଣା ପଡିଛି।

Leave A Reply

Your email address will not be published.