Odisha Link
Bridging the Missing Links in Odisha

ମୋଦିଙ୍କ ଫଟୋ ରଖୁ ନାହାନ୍ତି ନବୀନ

ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅହରହ ପ୍ରଚେଷ୍ଟା କରିଆସିଛନ୍ତି

ଓଏଲ୍‌ ବ୍ୟରୋ: ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଲା ବିମାନ। ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସିରେ ଏହାର ଶୁଭାରମ୍ଭ କରିଛନ୍ତି।ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଶୁଭାରମ୍ଭ କାର୍ଯ୍ଯକ୍ରମ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ହେଲେ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅହରହ ପ୍ରଚେଷ୍ଟା କରିଆସିଛନ୍ତି। କିନ୍ତୁ କୌଣସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆ ଯାଉନାହିଁ। କୌଣସି ପୋଷ୍ଟର କି ବ୍ୟାନରେ ପ୍ରଧାନମନ୍ତ୍ରୀଙ୍କ ପଟୋ ନାହିଁ। କିନ୍ତୁ କିଛି ନ କରି ବାହାବା ନେଉଛନ୍ତି ରାଜ୍ୟ ସରକାର। ଗତକାଲି କିମ୍ବା ଆଜିର କାର୍ଯ୍ୟକ୍ରମରେ ମଧ୍ୟ ମୋଦିଜୀଙ୍କୁ ଶ୍ରେୟ ଦବାକୁ ବାରମ୍ବାର ଭୁଲି ଯାଉଛନ୍ତି ଓଡ଼ିଶା ସରକାର ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ସେ ଆହୁରି କହିଛନ୍ତି, ରାଜନୈତିକ ଦ୍ବନ୍ଦ ରହିବା ଠିକ୍‌ କଥା କିନ୍ତୁ ରାଜ୍ୟର ସ୍ବାର୍ଥକଥା ଉଠିଲେ ସମସ୍ତେ ଏକାଠି ହେବା ଦରକାର। ବାଲିରେ ଥିବାବେଳେ ପ୍ରଧାନମନ୍ତ୍ରୀ ବାଲିଯାତ୍ରା କଥା ଉଠାଇଥିଲେ। ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଉଠାଇଲେ। କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଲେନି । ଆଜି ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲେ ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.