Odisha Link
Bridging the Missing Links in Odisha

ଧକ୍କା ଦେଲା ବସ୍, ଚାଲିଗଲା ଛାତ୍ରୀଙ୍କ ଜୀବନ

ଉପରବାଘକୁଣ୍ଡା ଠାରେ ବସ୍ ଧକ୍କା ଦେବା ଦ୍ୱାରା ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ଖବରରୁ ଜଣା

ଓଏଲ୍‌ ବ୍ୟୁରୋ : ବସ୍ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁ ହୋଇଛି। ନିଜ ଦାଦାଙ୍କ ସହ ଛାତ୍ରୀ ଜଣକ ସ୍କୁଟିରେ ଯିବା ସମୟରେ ଘଟିଛି ଅଘଟଣ। ତେବେ ଘଟଣାଟି ଢେଙ୍କାନାଳ ଜିଲ୍ଲାର ଉପରବାଘକୁଣ୍ଡା ଠାରେ ବସ୍ ଧକ୍କା ଦେବା ଦ୍ୱାରା ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ଖବରରୁ ଜଣା ପଡିଛି।

ମୃତ ଛାତ୍ରୀଙ୍କ ନାଁ ଇପ୍‌ସିତା ବରାଳ। ତାଙ୍କ ଘର ବେଲପଡ଼ାରେ। ସେ ନିକଟସ୍ଥ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ। ଆଜି ସକାଳେ ଇପ୍‌ସିତା ତାଙ୍କ ଦାଦାଙ୍କ ସହିତ ସ୍କୁଟିରେ କଲେଜ ଯାଉଥିଲେ। ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଉପର ବାଘଲୁଣ୍ଡା ନିକଟରେ ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା।

ଇପ୍‌ସିତା ଓ ତାଙ୍କ ଦାଦାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଇପ୍‌ସିତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଇକ ଆରୋହୀ ଦାଦା ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିବା ଜଣା ପଡିଛି। ଏହି ଘଟଣା ପରେ ଇପ୍‌ସିତାଙ୍କ କଲେଜର ଛାତ୍ରଛାତ୍ରୀମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବିଶେଷ ସୂତ୍ରରୁ ଜଣା ପଡିଛି।

Leave A Reply

Your email address will not be published.