Odisha Link
Bridging the Missing Links in Odisha

ରାହୁଲ ଗାନ୍ଧିଙ୍କୁ ମାରି ସାରିଛି, ଭଗବାନ ଶିବଙ୍କ ବିଷୟରେ ପଢ଼ନ୍ତୁ ଜାଣିପାରିବେ: କଂଗ୍ରେସ ସାଂସଦ

ଓଏଲ୍‌ ବ୍ୟୁରୋ: ଯେବେଠୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି ସେବେଠୁ ବିଶେଷ ଭାବେ ଚର୍ଚ୍ଚାରେ ରହୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କେବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚା ରହୁଥିବା ବେଳେ କେବେ ନିଜର ମାର୍ଜିତ ଭାଷଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ରାହୁଲ। ବର୍ତ୍ତମାନ ହରିଆଣାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ବେଳେ ରାହୁଲଙ୍କ ଏକ ବୟାନକୁ ନେଇ ଜାତୀୟ ରାଜନୀତି ସରଗରମର ହୋଇ ଉଠିଛି। ସେ କହିଛନ୍ତି, କେବେଠାରୁ ରାହୁଲ ଗାନ୍ଧିଙ୍କୁ କରି ସାରିଛନ୍ତି। ଏଥିସହ ସେ ନିଜର ଛବି ପ୍ରତି ଆଦୌ ଚିନ୍ତିତ ନୁହନ୍ତି ଓ ଭାରତ ଯୋଡ଼ୋ ଯାତ୍ରା କେବଳ ତାଙ୍କ ପାଇଁ ନୁହେଁ ବୋଲି ରାହୁଲ କହିଛନ୍ତି।

ହରିଆଣାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ରାହୁଲ କହିଛନ୍ତି, “ଆପଣମାନେ ଯେଉଁ ବ୍ୟକ୍ତିଙ୍କୁ ଏଠି ଦେଖୁଛନ୍ତି ସେ ରାହୁଲ ଗାନ୍ଧି ନୁହେଁ। ଆପଣ ତାଙ୍କୁ ଦେଖି ପାରିବେ। ହେଲେ ଆପଣ ଆଦୌ ବୁଝିପାରିବେ ନାହିଁ। ହିନ୍ଦୁ ଧର୍ମକୁ ପଢ଼ନ୍ତୁ। ଭଗବାନ ଶିବଙ୍କ ବିଷୟରେ ପଢ଼ନ୍ତୁ। ଆପଣମାନେ ସବୁ କିଛି ବୁଝି ପାରିବେ। ରାହୁଲ ଗାନ୍ଧି ଆପଣଙ୍କ ମୁଣ୍ଡରେ ଅଛି। ହେଲେ ମୋ ମୁଣ୍ଡରେ ନାହିଁ। ସେ ବିଜେପି ମୁଣ୍ଡରେ ରହିଛି। ମୋ ମୁଣ୍ଡରେ ନୁହେଁ।” ରାହୁଲଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେ ଆହୁରି କହିଛନ୍ତି, ମୁଁ ମୋ ଛବିକୁ ନେଇ ତିଳେମାତ୍ର ଚିନ୍ତା କରୁନି । ମୋର ଛବି ବୃଦ୍ଧି କରିବାରେ କୌଣସି ପ୍ରକାରର ଇଚ୍ଛା ନାହିଁ। ମୁଁ ମୋର କାମ କରିଚାଲିଛି ଆଗକୁ ମଧ୍ୟ ଜାରି ରଖିବି ବୋଲି ରାହୁଲ କହିଛନ୍ତି। ଆଉ ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, ଯେଉଁ ରାହୁଲ ଗାନ୍ଧି ଆପଣମାନଙ୍କ ମୁଣ୍ଡରେ ଅଛି। ମୁଁ ତାଙ୍କୁ ମାରି ସାରିଛି। ସେ ଆଉ ଏଠି ନାହିଁ। ମୋ ମୁଣ୍ଡରେ ଆଦୌ ରାହୁଲ ଗାନ୍ଧି ନାହିଁ। ସେ ଚାଲି ଯାଇଛି, ଚାଲିଯାଇଛି।”

Leave A Reply

Your email address will not be published.