Odisha Link
Bridging the Missing Links in Odisha

ବିସିସିଆଇର ୟୁ-ଟର୍ଣ୍ଣ ! ଶ୍ରୀଲଙ୍କା ସିରିଜରୁ ବାଦ ପଡ଼ିଲେ ଷ୍ଟାର ଖେଳାଳି

ପିଠିରେ ଚୋଟ କାରଣରୁ ୨୦୨୨ ସେପ୍ଟେମ୍ବରରୁ ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି ଯଶପ୍ରୀତ ବୁମରା

ଓଏଲ୍‌ ବ୍ୟୁରୋ : ଭାରତୀୟ କ୍ରିକେଟ ବୋର୍ଡର ୟୁଟର୍ଣ୍ଣ। ନିକଟରେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ଯଶପ୍ରୀତ୍‌ ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା। ହେଲେ ସିରିଜର ଦିନକ ପୂର୍ବରୁ ଆହତ ସମସ୍ୟା କାରଣରୁ ପୁଣିଥରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ୬ ଦିନ ତଳେ ବିସିସିଆଇ ବୁମରାଙ୍କୁ ଭାରତୀୟ ଦଳରେ ସାମିଲ କରିଥିଲା ବିସିସିଆଇ।

ପିଠିରେ ଚୋଟ କାରଣରୁ ୨୦୨୨ ସେପ୍ଟେମ୍ବରରୁ ଟିମ୍‌ ଇଣ୍ଡିଆରୁ ବାହାରେ ଅଛନ୍ତି ଯଶପ୍ରୀତ ବୁମରା। ଏସିଆ କପ୍‌ ଓ ଟି-୨୦ ବିଶ୍ବକପ୍‌ ମଧ୍ୟ ଖେଳିନଥିଲେ ବୁମରା। ଆହତ ସମସ୍ୟାରୁ ମୁକୁଳିବା ପାଇଁ ବୁମରା ନେଶନ୍ୟାଲ କ୍ରିକେଟ ଏକାଡେମୀରେ ଟ୍ରେନିଂ ମଧ୍ୟ ନେଉଥିଲେ। ୬ ଦିନ ତଳେ ଏନସିଏ ତାଙ୍କୁ ଫିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲା। ଯାହାପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ବୁମରାଙ୍କୁ ଦଳରେ ସାମିଲ କରିଥିଲା ବିସିସିଆଇ।

Leave A Reply

Your email address will not be published.