Odisha Link
Bridging the Missing Links in Odisha

ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଲେ ବିରାଟ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିଥିବା ବେଳେ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ

ଓଏଲ୍‌ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବ୍ୟାଟିଂ କରିଛି ଟିମ୍‌ ଇଣ୍ଡିଆ। ରନ୍‌ ମେସିନ୍‌ ବିରାଟ କୋହଲି ୭୩ ତମ ଶତକୀୟ ଇନିଂସ୍‌ ଖେଳିଛନ୍ତି। ଦିନିକିଆ କ୍ୟାରିୟର ୪୫ ଶତକ ମାରିଛନ୍ତି ବିରାଟ। ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡ ଭାଙ୍ଗିଥିବା ବେଳେ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ।

ଶ୍ରୀଲଙ୍କା ବିପକ୍ଷରେ ଏହା ହେଉଛି ବିରାଟଙ୍କ ନବମ ଶତକୀୟ ଇନିଂସ୍‌ । ଏହି ମାମଲାରେ ସେ ସଚିନ ତେନ୍ଦୁଲକରଙ୍କ ପଛରେ ପକାଇଛନ୍ତି। ସଚିନ ଶ୍ରୀଲଙ୍କା ବିପକ୍ଷରେ ୮ଟି ଶତକୀୟ ଇନିଂସ୍‌ ଖେଳିଥିଲେ। ଏଥିସହିତ ଭାରତରେ ୨୦ ତମ ଶତକୀୟ ଇନିଂସ୍‌ ଖେଳିଛନ୍ତି ବିରାଟ। ଘରୋଇ ମାଟିରେ ଅର୍ଥାତ୍ ଭାରତରେ ସର୍ବାଧିକ ଶତକୀୟ ଇନିଂସ୍‌ ଖେଳିବା ମାମଲାରେ ସଚିନ ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହୋଇଛନ୍ତି ବିରାଟ।

Leave A Reply

Your email address will not be published.