Odisha Link
Bridging the Missing Links in Odisha

ନନ୍ଦନକାନନରେ ଏସୀୟ ସିଂହୀ ରେୱା ଜନ୍ମ ଦେଲା ଶାବକ

ନବଜାତ ସିଂହ ଶିଶୁଙ୍କ ସୁରକ୍ଷା ପାଇଁ ମା’ଠାରୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ନନ୍ଦନକାନନରେ ନୂଆ ୪ଶାବକ ଜନ୍ମ ଦେଲା ସିଂହୀ। ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେୱା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ଜଣା ପଡିଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେୱା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭ ମିଳନରୁ ଜନ୍ମିତ ହୋଇଛନ୍ତି ଏହି ଶାବକମାନେ।

ଆଜି ସିଂହୀ ରେୱାର ପ୍ରଥମ ଗର୍ଭରୁ ୪ ଶାବକ ନୂଆବର୍ଷ ଅବସରରେ ନନ୍ଦନକାନନର ନବଜାତ ଅତିଥି ସାଜିଛନ୍ତି। ତେବେ ରେୱାର ଏହା ପ୍ରଥମ ଗର୍ଭ ହୋଇଥିବାବେଳେ ଉପଯୁକ୍ତ ଯତ୍ନ ନେଇନପାରିବାରୁ ରେୱାର ୨ଟି ଶାବକଙ୍କ ମୃତ୍ୟୁ ହୋଇଯାଇଛି। ଗୋଟିଏ ମୃତ ଶାବକ ଜନ୍ମ ହୋଇଥିବା ବେଳେ ଗୋଟିଏ ଜନ୍ମ ପରେ ମରିଥିବା ଜଣାପଡ଼ିଛି। ଆଜି ସକାଳୁ ଜନ୍ତୁରକ୍ଷକମାନେ ରେୱା ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ।

ତେବେ ପ୍ରଥମଥର ମା’ ହୋଇଥିବାରୁ ରେୱା ଅନ୍ୟ ଦୁଇ ଛୁଆଙ୍କୁ ସ୍ତନ୍ୟପାନ କରାଇ ବଞ୍ଚାଇ ପାରିବ ନାହିଁ ବୋଲି ଜଣାପଡ଼ିଥିଲା। ତେଣୁ ଦୁଇ ନବଜାତ ସିଂହ ଶିଶୁଙ୍କ ସୁରକ୍ଷା ପାଇଁ ମା’ଠାରୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୃତ ଶାବକଦ୍ୱୟଙ୍କୁ ପୋତି ଦେବା ସହ ଦୁଇ ଜୀବିତ ଛୁଆଙ୍କୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରୀ ଟିମ୍‌ ସଫାରିରେ ପହଂଚିଥିଲେ। ସୂଚନା ଅନୁସାରେ ନନ୍ଦନକାନନ ଉଦ୍ୟାନରେ ସିଂହୀ ରେୱା ଜନ୍ମ ଦେଇଥିବା ୨ ଶାବକଙ୍କୁ ମିଶାଇ ୨୨ଟି ସିଂହ ଥିବା ଜଣା ପଡିଛି।

Leave A Reply

Your email address will not be published.