Odisha Link
Bridging the Missing Links in Odisha

ତାଲିବାନୀ ଶାସନକୁ କ୍ରିକେଟ ଅଷ୍ଟ୍ରେଲିଆର ବିରୋଧ, ଆଫଗାନିସ୍ତାନ ବିପକ୍ଷରେ ଖେଳିବନି ମ୍ୟାଚ୍

କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ତାଲିବାନ୍‌ର କିଛି ନିଷ୍ପତ୍ତିକୁ ବିରୋଧ କରି ଏହି ବଡ଼ ନିଷ୍ପତ୍ତି ନେବା ସହିତ ସିରିଜ ଖେଳିବାକୁ ମନା କରିଦେଇଛି

ଓଏଲ୍‌ ବ୍ୟୁରୋ : କ୍ରିକେଟ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ଖେଳିବାକୁ ମନା କରିଦେଇଛି। ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମଧ୍ୟରେ ମାର୍ଚ୍ଚ ମାସରେ ୟୁଏଇରେ ଦିନିକିଆ ସିରିଜ ଖେଳାଯାଇଥାନ୍ତା। ହେଲେ କ୍ରିକେଟ ଅଷ୍ଟ୍ରେଲିଆ ବୋର୍ଡ ତାଲିବାନ୍‌ର କିଛି ନିଷ୍ପତ୍ତିକୁ ବିରୋଧ କରି ଏହି ବଡ଼ ନିଷ୍ପତ୍ତି ନେବା ସହିତ ସିରିଜ ଖେଳିବାକୁ ମନା କରିଦେଇଛି।

ଆଫଗାନିସ୍ତାନରେ ତାଲିବାନୀ ଶାସନ ଚାଲିଛି। ଦେଶର ମହିଳା ଓ ଯୁବତୀଙ୍କ ଉପରେ ବହୁ କଟକଣା ଲଗାଇଛି ତାଲିବାନ। ଯେପରିକି ପାଠ ପଢ଼ିବା ସହତ ଘର ବାହାରକୁ ଯାଇ କାମ କରିବାକୁ ଅଧିକାର ନାହିଁ। ଖେଳରେ ଯୁବତୀ ମାନେ ସାମିଲ ହେବା ଉପରେ ବି ତାଲିବାନ୍‌ ପ୍ରତିବନ୍ଧକ ଲଗାଇଛି। ତାଲିବାନର ଏଭଳି ପ୍ରତିବନ୍ଧକକୁ ବିରୋଧ କରି କ୍ରିକେଟ ଅଷ୍ଟ୍ରେଲିଆ ସିରିଜ ଖେଳିବାକୁ ମନା କରିଦେଇଛି ।

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ, କ୍ରିକେଟ୍ ଅଷ୍ଟ୍ରେଲିଆ କ୍ରୀଡା ଜଗତରେ ଉଭୟ ପୁରୁଷ ଏବଂ ମହିଳାଙ୍କ ଅଗ୍ରଗତିକୁ ସର୍ବଦା ସମର୍ଥନ କରିଆସୁଛି। ଆଫଗାନିସ୍ତାନ ବିଷୟରେ ଆମର ସମାନ ଚିନ୍ତାଧାରା ଅଛି। ଆମେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସହିତ ଯୋଗାଯୋଗ କରିବୁ ଏବଂ ଦେଶରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିବୁ। ମହିଳାଙ୍କ ସ୍ୱାଧୀନତା ବିରୋଧରେ ତାଲିବାନ ଦ୍ୱାରା କରାଯାଇଥିବା ଘୋଷଣା ହେତୁ ଆମେ ମାର୍ଚ୍ଚରେ ୟୁଏଇରେ ଆଫଗାନିସ୍ତାନ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବୁ ନାହିଁ।

Leave A Reply

Your email address will not be published.