Odisha Link
Bridging the Missing Links in Odisha

ମ୍ୟାଚ୍‌ ଜିତିବା ସହ ସିରିଜ ପକ୍କା କଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ଶ୍ରୀଲଙ୍କାକୁ ୪ ଓ୍ବିକେଟରେ ମାତ୍‌ ଦେଇ ମ୍ୟାଚ ଜିତିବା ସହିତ ଦିନିକିଆ ସିରିଜ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ୨୧୬ ରନର ଟାର୍ଗେଟକୁ ଭାରତ ୪୩ ଓଭର ୨ଟା ବଲରେ ହାସଲ କରିଥିଲା । ଭାରତ ପକ୍ଷରୁ କେଏଲ୍‌ ରାହୁଲ ଅପରାଜିତ ରହି ସର୍ବାଧିକ ୬୪ ରନ୍‌ କରିଛନ୍ତି ।

ଭାରତର ପ୍ରଥମ ୩ ଟପ୍‌ ଅର୍ଡର ବ୍ୟାଟସମ୍ୟାନ ରୋହିତ ଶର୍ମା, ଶୁଭମନ ଗିଲ ଓ ବିରାଟ କୋହଲି ବଡ଼ ସ୍କୋର କରିପାରିନଥିବାବେଳେ ଦଳ ୬୨ ରନରେ ୩ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ କେଏଲ ରାହୁଲଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ (୬୪), ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ୩୬ ରନ ଓ ଶ୍ରେୟସ ଆୟରଙ୍କ ୨୮ ରନ ବଳରେ ଭାରତ ବିଜୟୀ ହୋଇଥିଲା।

ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳକୁ ଭଲ ଆରମ୍ଭ ମିଳିଥିବା ସତ୍ତ୍ବେ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଏଥିସହିତ ଦଳ ୪୦ ଓଭର ମଧ୍ୟ ଖେଳି ପାରିନଥିଲା। ଦଳ ୩୯.୪ ଓଭରରେ ୨୧୫ ରନ କରି ଅଲଆଉଟ ହୋଇଯାଇଥିଲା।

Leave A Reply

Your email address will not be published.