Odisha Link
Bridging the Missing Links in Odisha

ହକି ଟିକେଟ୍‌ ଥିଲେ ମୋ ବସ୍‌ରେ ମାଗଣା ଯାତ୍ରା

ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୋ ବସ ସେବା ଯୋଗାଇ ଦେବା ପାଇଁ ଘୋଷଣା

ଓଏଲ୍‌ ବ୍ୟୁରୋ : ଆଜି ଆରମ୍ଭ ହେବ ହକି ମହାକୁମ୍ଭ। ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ବେଶ ଉତ୍ସାହ ଅଛନ୍ତି ହକି ପ୍ରେମୀ। ହକି ବିଶ୍ୱକପ ଥିବାରୁ ରାଜଧାନୀ ଭୁବନେଶ୍ୱରର ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମୋ ବସ ସେବା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଛି।

ସୂଚନା ଅନୁସାରେ, ହକି ବିଶ୍ୱକପ ଟିକେଟ ଥିଲେ ମୋ ବସରେ ମାଗଣାରେ ଯାତ୍ରା କରିପାରିବେ ବୋଲି ମୋ ବସ କ୍ରୁଟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ନିର୍ଦ୍ଧିଷ୍ଟ ୩ଟି ରୁଟରେ ଚାଲୁଥିବା ମୋ ବସରେ ଯାତାୟାତ ସମୟରେ ଯାତ୍ରୀଙ୍କ ପାଖାରେ ହକି ଟିକେଟ ଥିଲେ ମିଳିବ ମାଗଣା ସେବା। ହକି ବିଶ୍ୱକପ ସମୟରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଜୟଦେବ ବିହାର, ରସୁଲଗଡରୁ ଜୟଦେବ ବିହାର ସ୍କ୍ୱାୟାର ଓ ବରମୁଣ୍ଡା ବସଷ୍ଟାଣ୍ଡକୁ ଶାସ୍ତ୍ରୀ ନଗର ରୁଟରେ ମାଗଣା ସେବା ମିଳିବ। ତେବେ ଭିଡକୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ମୋ ବସ କର୍ତ୍ତୃପକ୍ଷ।

 

Leave A Reply

Your email address will not be published.